ନୂଆଦିଲ୍ଲୀ: ବଲିଉଡ୍ର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡରେ ଧମାଲ୍ ମଚାଇବା ପରେ ଏବେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ଜାଗାକୁ ଦୃଢ଼ କରିଛନ୍ତି। ଏଥିସହିତ ପ୍ରିୟଙ୍କା ଏବେ ତାଙ୍କଠାରୁ ବୟସରେ ୧୦ ବର୍ଷ ସାନ ହୋଇଥିବା ଆମେରିକାନ୍ ସିଙ୍ଗର୍ ନିକ୍ ଜୋନ୍ସଙ୍କୁ ଡେଟ୍ କରୁଛନ୍ତି। ଯେଉଁ କାରଣକୁ ନେଇ ଉଭୟ ନିକ୍ ଓ ପ୍ରିୟଙ୍କାଙ୍କ ସମ୍ପର୍କ ଚର୍ଚ୍ଚାର ପରିସରରେ ରହିଛି। ଏବେ କଥା ଉଠିଛି କି, ଯଦି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ମାଉସୀଙ୍କ କଥାକୁ ମାନିଥାଆନ୍ତେ ,ତେବେ ‘ଦେବୋଁକା ଦେବ୍ ମହାଦେବ୍’ର ମୁଖ୍ୟ ଅଭିନେତା ମୋହିତ ରୈନା ହିଁ ତାଙ୍କର ପତି ହୋଇଥାଆନ୍ତେ।
ମିଳିଥିବା ଖବର ଅନୁଯାୟୀ ,କିଛି ବର୍ଷ ପୂର୍ବେ ଅଭିନେତ୍ରୀ ପ୍ରିୟଙ୍କାଙ୍କ ମାଉସୀ ଝିଆରୀ ପାଇଁ ବରପାତ୍ର ଖୋଜିବା ଆରମ୍ଭ କରିଥିଲେ। ତେବେ ମାଉସୀ ଅଭିନେତା ମୋହିତ ରୈନାଙ୍କର ପ୍ରସ୍ତାବକୁ ଝିଆରୀ ପ୍ରିୟଙ୍କାଙ୍କ ଲାଗି ଆଣିଥିଲେ। କାରଣ ସେ ମୋହିତଙ୍କ ସଚ୍ଚୋଟତା,ଚାଲିଚଳନ ଓ ବ୍ୟବହାରରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ପ୍ରିୟଙ୍କାଙ୍କ ଲାଗି ମୋହିତ୍ ପରଫେକ୍ଟ୍ ବୋଲି ବାଛି ନେଇଥିଲେ। କୌଣସି କାରଣବଶତଃ ଏହି ମାମଲାଟି ଆଉ ଆଗକୁ ବଢ଼ି ପାରି ନ ଥିଲା।