ବିୟୁଟି ସିକ୍ରେଟ୍ ସେୟାର୍ କରିଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ବଲିଉଡ୍ ତଥା ହଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ । ଏମିତିରେ ତ ବିଶ୍ୱ ସୁନ୍ଦରୀର ଆଖ୍ୟା ପାଇଛନ୍ତି ପ୍ରିୟଙ୍କା, ହେଲେ ନିଜ ଅଭିନୟ ସଫର ଭିତରେ ତାଙ୍କ ସୁନ୍ଦରତାରେ ଅନେକ ପରିବର୍ତନ ଦେଖିବାକୁ ମିଳିଛି । ଆଉ ଏବେ ସେ ନିଜ ଫ୍ୟାନ୍ସଙ୍କ ସହ ସେୟାର୍ କରିଛନ୍ତି ତାଙ୍କର କିଛି ବିୟୁଟି ଟିପ୍ସ । ଚାଲନ୍ତୁ ଜାଣିବା ପ୍ରିୟଙ୍କାଙ୍କ ବିୟୁଟି ଟିପ୍ସ ।

photo–ians

ପ୍ରିୟଙ୍କା ଚୋପ୍ରା ଲକ୍ଷ ଲକ୍ଷ ଫ୍ୟାନଙ୍କ ଆଇକନ୍ । ନିଜ ଷ୍ଟାଇଲ୍ ଆଉ ବିନ୍ଦାସ୍ ଅନ୍ଦାଜ ପାଇଁ ଆଜି ହଲିଉଡରେ ବି ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ଏହି ଅଭିନେତ୍ରୀ । ତେବେ ଯାହା ତାଙ୍କ ପ୍ରଶଂସକଙ୍କୁ ବେଶି ଆକୃଷ୍ଟ କରିଥାଏ, ସେଇଟା ହେଲା ପ୍ରିୟଙ୍କାଙ୍କ ଗ୍ଲାମରସ୍ ଅନ୍ଦାଜ ଓ ତାଙ୍କ ଲୁକ୍ସ । ନିକଟରେ ଫିଲ୍ମ ଫେୟାର୍ ପକ୍ଷରୁ କରାଯାଇଥିବା ଏକ ଫଟୋସୁଟରେ ବଲିଉଡ୍ ପିଗି ଚପ୍ସ ନିଜର ଏମିତି ଅନେକ ବିୟୁଟି ସିକ୍ରେଟ୍ ସେୟାର୍ କରିଛନ୍ତି ।

ସମ୍ବନ୍ଧିତ ଖବର