ବାଜି ମାରିଲେ ପ୍ରିୟଙ୍କା ଚୋପ୍ରା, ଜାଣନ୍ତୁ କିପରି

ମୁମ୍ବାଇ : ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ହଲିଉଡରେ ନିଜର ଆସ୍ଥାନ ଜମେଇ ସାରିଲେଣି । ଏଥିପାଇଁ ତାଙ୍କୁ ଇଣ୍ଟରନେସନାଲ୍‌ ଷ୍ଟାର୍‌ ବୋଲି ବି କୁହାଗଲାଣି । ୨୦୦୦ ମସିହାରେ ‘ ମିସ୍‌ ଓ୍ଵାର୍ଲ୍ଡ’ ଟାଇଟଲ୍‌ ହାସଲ କରିଥିବା ପରେ ପ୍ରିୟଙ୍କା ଚୋପ୍ରା ବଲିଉଡରେ ପ୍ରବେଶ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ଥିଲା ରାଜ କଓ୍ଵଁରଙ୍କ ନିର୍ଦ୍ଦେଶିତ ‘ ଅନ୍ଦାଜ୍‌’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଇତିମଧ୍ୟରେ ପ୍ରିୟଙ୍କା ଚୋପ୍ରା ଏତ୍‌ରାଜ୍‌, ସାତ୍‌ ଖୁନ୍‌ ମାଫ୍‌, ଅଗ୍ନିପଥ , ମୁଝସେ ସାଦି କରୋଗି, କ୍ରିଶ୍‌ , କ୍ରିଶ୍‌-ଥ୍ରୀ, ଦୋସ୍ତାନା, ଡନ୍‌, ଅଞ୍ଜାନା-ଅଞ୍ଜାନୀ ଓ ବାର୍ଫି ସମେତ ବେଶ୍‌ କେତୋଟି ଲୋକପ୍ରିୟ ହିନ୍ଦୀ ସିନେମାରେ ନାୟିକାଭାବେ ଅଭିନୟ କରିଛନ୍ତି ।

ବଲିଉଡ ପରେ ପ୍ରିୟଙ୍କା ଚୋପ୍ରାଙ୍କ ନଜର ପଡ଼ିଥିଲା ହଲିଉଡ ଉପରେ । ଆଜିକାଲି ସେ ହଲିଉଡରେ କ୍ୱାଣ୍ଟିକୋ ସିଜିନ୍‌ -୩ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାପରେ ପ୍ରିୟଙ୍କା ଓସ୍କାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି । ହଲିଉଡରେ ଫିଲ୍ମ ଓ ସୋ’ରେ କାମ କରିବା ପରେ ଏହି ଆନ୍ତର୍ଜାତୀୟ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ୨୦୧୮ ଓସ୍କାର ଆଓ୍ଵାର୍ଡର ନୋମିନେସନ୍‌ର ଘୋଷଣା କରିବାକୁ ଯାଉଛନ୍ତି । ଏହା ହେଉଛି ୯୦ ତମ ଓସ୍କାର ଆଓ୍ଵାର୍ଡ । ଏଥିପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ବିଧିବଦ୍ଧ ଭାବେ ପୂର୍ବରୁ ଚୁକ୍ତିବଦ୍ଧ କରାଯାଇଛି ।

photo-amarujala

‘ ଦ ଏକାଡେମି’ ପକ୍ଷରୁ ଟ୍ଵିଟରରେ କେତେ ଫଟୋ ସେଆର୍‌ କରାଯାଇଛି, ଯାହା ନାମାଙ୍କନ ସଂପର୍କୀତ ଚିତ୍ର । ଏଥିରେ ପ୍ରିୟଙ୍କାଙ୍କ ଫଟୋକୁ ବି ଅନ୍ତର୍ଭୁକ୍ତ କରାଯାଇଛି । ଏହି ଆଓ୍ଵାର୍ଡର ନୋମିନେସନ୍‌ର ଘୋଷଣା ଆସନ୍ତାକାଲି କରାଯିବ। ତେବେ ମାର୍ଚ୍ଚ ୪ ତାରିଖରେ ଓସ୍କାର ପୁରସ୍କାର ସମାରୋହ ଅନୁଷ୍ଠିତ ହେବ ।
ଓସ୍କାର ନାମାଙ୍କନକୁ ଲୋକେ ଓସ୍କାର ଡଟ୍‌କମ୍‌ ଓସ୍କାର ଡଟ୍‌ ଓ ଆର ଜି ଓ ଦ ଏକାଡେମି ର ଡିଜିଟାଲ ଫ୍ଲାର୍ଟପର୍ମର୍ରେ ଦେଖିବାକୁ ମିଳିବ । ପୂର୍ବରୁ କେବଳ ହଲିଉଡର ‘ ଏ’ ଗ୍ରେଡ କଳାକାରଙ୍କୁ ଓସ୍କାର ନାମାଙ୍କନର ଘୋଷଣା କରିବାର ସୁଯୋଗ ମିଳୁଥିଲା, କିନ୍ତୁ ପ୍ରିୟଙ୍କାଙ୍କୁ ଏହି ସୁଯୋଗ ମିଳିବା ଫଳରେ ତାଙ୍କର ସମ୍ମାନ ବୃଦ୍ଧି ପାଇଛି ବୋଲି କୁହାଯିବ।

ସମ୍ବନ୍ଧିତ ଖବର