ପ୍ରିୟଙ୍କାଙ୍କ ମାତୃତ୍ବ ଚର୍ଚ୍ଚା

ନୂଆ ନୂଆ ମାତୃତ୍ବଲାଭ କରିଥିବା ‘ଅନ୍ତର୍ଜାତୀୟ’ ତାରକା ପ୍ରିୟଙ୍କା ଚୋପ୍ରା ପ୍ରଥମ ଥର ପାଇଁ ନିଜର ନବଜାତ ଶିଶୁକନ୍ୟାଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି। ନିକଟରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରିୟଙ୍କା କେଉଁଭଳି ମାଆ ହେବାକୁ ଚାହାନ୍ତି ସେକଥା ପ୍ରକାଶ କରିଛନ୍ତି। ଲାଳନପାଳନ ବେଳେ ସେ ନିଜର ଇଚ୍ଛା ବା ଭୟକୁ ଝିଅ ଉପରେ ଲଦିବେ ନାହିଁ ବୋଲି କହିଛନ୍ତି। ସେ ବିଶ୍ବାସ କରନ୍ତି ଯେ ଶିଶୁମାନଙ୍କର ସବୁ ଦିଗକୁ ମାଆମାନେ ଆକାର ଦେବେ ବୋଲି କିଛି କଥା ନାହିଁ।

ସେମାନେ କେବଳ ପିତାମାତାଙ୍କ ମାଧ୍ୟମରେ ଜନ୍ମ ନିଅନ୍ତି ଏବଂ କ୍ରମେ ନିଜେ ନିଜର ଜୀବନ ଗଢ଼ନ୍ତି। ଗତ ଜାନୁଆରିରେ ସ୍ବାମୀ ନିକ୍ ଜୋନାସଙ୍କ ସହ ପ୍ରିୟଙ୍କା ସରୋଗେସି ପ୍ରକ୍ରିୟାରେ ଜନ୍ମିତ ଶିଶୁକୁ ସ୍ବାଗତ କରିଥିଲେ। ଜନ୍ମ ହେବା ଦିନରୁ ପ୍ରିୟଙ୍କା ନିଜ ଝିଅ ନେଇ ଖୁବ୍ ଗୋପନୀୟତା ଅବଲମ୍ବନ କରିଆସୁଛନ୍ତି। ସେଥିପାଇଁ ଏ ପର୍ଯ୍ୟନ୍ତ ଶିଶୁକନ୍ୟାର ଝଲକ ସୁଦ୍ଧା କେହି ଦେଖିନାହାନ୍ତି। ଏପରିକି ଭାରତରେ ଥିବା ପ୍ରିୟଙ୍କାଙ୍କ ପିତାମାତାଙ୍କୁ ନାତୁଣୀକୁ କୋଳରେ ଧରିବାର ସୌଭାଗ୍ୟ ଏ ଯାଏ ମିଳିନାହିଁ। କିଛି ଦିନ ତଳେ ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ଆଈ ହୋଇ ଖୁବ୍ ଉତ୍ସାହିତ ଥିବାର ପ୍ରକାଶ କରିଥିଲେ। ପ୍ରିୟଙ୍କା-ନିକ୍ ଝିଅର ନାମ କ’ଣ ରଖିବେ ତାହା ଏ ପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି। ପ୍ରିୟଙ୍କା ଆଗକୁ ବଲିଉଡ୍ ଚଳଚ୍ଚିତ୍ର ‘ଜୀ ଲେ ଜରା’ର ସୁଟିଂ ଆରମ୍ଭ କରିବେ। ପୂର୍ବରୁ ସେ ଆମେରିକୀୟ ଚଳଚ୍ଚିତ୍ର ‘ଟେକ୍ସଟ୍ ଫର୍‌ ୟୁ’ ଏବଂ ୱେବ୍ ଧାରାବାହିକ ‘ସିଟାଡେଲ୍’ର ସୁଟିଂ ସାରିଛନ୍ତି।

ସମ୍ବନ୍ଧିତ ଖବର