ସଲମାନଙ୍କ ହାତ ଛାଡ଼ି ଏହି ଅଭିନେତାଙ୍କ ସାଥ୍ ଦେଲେ ପ୍ରିୟଙ୍କା! ‘ଭାରତ’ ପରିବର୍ତ୍ତେ କେଉଁ ଚଳଚ୍ଚିତ୍ରରେ ନଜର ଆସିବେ ଦେଶୀଗର୍ଲ?
ମୁମ୍ବାଇ: ପୂର୍ବରୁ ହିଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ବହୁ ଚର୍ଚ୍ଚିତ ମୁହଁ ଭାବେ ଗତ କିଛି ଦିନ ହେବ ପ୍ରିୟଙ୍କା ଚୋପ୍ରା ରହି ଆସିଛନ୍ତି। ପ୍ରଥମେ ‘ଭାରତ’ ଚଳଚ୍ଚିତ୍ରରେ ନଜର ଆସିବେ ବୋଲି ପରେ ପ୍ରେମିକ୍ ନିକ୍ଙ୍କ ସହ ସଂପର୍କକୁ ନେଇ, ତା’ପରେ ନିକ୍ଙ୍କୁ ବିବାହ କରିବା ପାଇଁ ‘ଭାରତ’ ଛାଡ଼ିବା ନିଷ୍ପତ୍ତ ପାଇଁ ଓ ଶେଷରେ ନିକ୍ଙ୍କ ସହ ନିର୍ବନ୍ଧକୁ ନେଇ। ଏହା ପରେ ବି ଶେଷ ହୋଇନି ପିସିଙ୍କ ଖବର। ପିସିଙ୍କ ସଂପର୍କରେ ଏବେ ଏକ ଗରମ ଖବର ହସ୍ତଗତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାଣିବାକୁ ମିଳିଛି ଯେ ପ୍ରିୟଙ୍କା କୁଆଡ଼େ ‘କ୍ରିସ୍-୪’ ଚଳଚ୍ଚିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ତାଙ୍କ ବପକ୍ଷରେ ନଜର ଆସିବେ ହ୍ରିତିକ୍ ରୋଶନ। ଯଦିଓ ଏ ସଂପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ତଥାପି ‘କ୍ରିସ୍-୪’ ପରି ଏକ ହାଇ ବଜେଟ୍ ଚଳଚ୍ଚିତ୍ରରେ ପ୍ରିୟଙ୍କାଙ୍କ ପରି ସୁପର୍ଷ୍ଟାର୍ ଲେଡି ନାୟିକା ସାଜିପାରନ୍ତି ବୋଲି ବିଶେଷ ସୂତ୍ରରୁ ଖବର ହସ୍ତଗତ ହୋଇଛି। ଏହା ସହିତ ସେ ହଲିଉଡ୍ର ଏକ ଚଳଚ୍ଚିତ୍ରରେ ବି ନଜର ଆସିବେ ବୋଲି ଶୁଣିବାକୁ ମିଳିଛି।
ଦର୍ଶକଙ୍କ ମନରେ ଏହା ଏକ ବଡ଼ ପ୍ରଶ୍ନ ଯେ ବାସ୍ତବରେ ପିସି ବିବାହ କରିବା ପାଇଁ ‘ଭାରତ’ ଚଳଚ୍ଚିତ୍ର ଛାଡ଼ିଛନ୍ତି ନା ‘କ୍ରିସ୍-୪’ ପାଇଁ?