ପ୍ରିୟା ପ୍ରକାଶଙ୍କୁ ଫଲୋ କଲେ ଏହି ଓଲିଉଡ ନାୟିକା

0

ଭୁବନେଶ୍ୱର: ଓଲିଉଡ ଜଗତର ଚୁଲବୁଲି ନାୟିକା ଝିଲିକ ଏବେ ମାଲୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କଙ୍କୁ ଫଲୋ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ମାଲୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଭିଡିଓ ଭାଲେଂଟାଇନ ଡେରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଏହାର ଖୁବ ପ୍ରଂଶସା କରାଯାଇଥିଲା ।

ଏହାଛଡା ବଡ ବଡ ଅଭିନେତ୍ରୀଙ୍କୁ ପଛରେ ପକାଇ ଇନଷ୍ଟାଗ୍ରାମରେ ୨୪ଘଂଟା ମଧ୍ୟରେ ୩ୟ ସ୍ଥାନ ଅଧିକାର କରିଥିଲେ ପ୍ରିୟା । ୩ଦିନ ମଧ୍ୟରେ ତାଙ୍କ ଫଲୋର୍ସ ୨୦ଲକ୍ଷରୁ ଅଧିକ ହୋଇଥିଲେ ।ବର୍ତମାନ ପ୍ରିୟା ସାରା ଭାରତର ଯୁବାପିଢିର କ୍ରଶ ପାଲଟି ଯାଇଥିଲା ବେଳେ ଓଲିଉଡ ଜଗତରେ ମଧ୍ୟ ଏହି ଫିଭର ଦେଖିବାକୁ ମିଳିଛି । ମାଲୟାଲାମ ସେନସେକ୍ସ ପ୍ରିୟା ପ୍ରକାଶ ୱାରିୟରଙ୍କ ଭିଡିଓ ଭାଇରାଲ ହେବା ପରେ ଏହାର ପ୍ରଭାବ ଓଲିଉଡ ସୁନ୍ଦରୀ ମାନଙ୍କ ପାଖରେ ମଧ୍ୟ ପହଂଚିଗଲାଣି । ଓଲିଉଡ ଜଗତର ହଟ୍ ଓ ଚୁଲବୁଲି ନାୟିକା ଝିଲିକଙ୍କୁ ଘାରିଛି ପ୍ରିୟାଙ୍କ ଠାଣି ।
ଓଲିଉଡ ଜଗତର ଚୁଲବୁଲି ନାୟିକା ଝିଲିକ ତାଙ୍କୁ ଫଲୋ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଝିଲିକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ପ୍ରିୟା ଘାଇଲା କରିବାପରେ ଝିଲିକ ଓଡିଶାରେ ଦର୍ଶକମାନଙ୍କୁ ଘାଇଲା କରିବାକୁ ପଛେଇ ନାହାନ୍ତି । ଦର୍ଶକେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.