ସାନଲିସା ଜଣେ ଓଡ଼ିଆ ଝିଅ, ସେ ଦିଲ୍ଲୀରେ ରହନ୍ତି ଏବଂ ଫ୍ୟାସନ୍ ଡିଜାଇନ୍ କରନ୍ତି। ଏବେ ସେ ଓଡ଼ିଶା ଆସି ନୂଆ ଚଳଚ୍ଚିତ୍ର ‘ପ୍ରଥା’ ନିର୍ମାଣ କରିଛନ୍ତି। ତାଙ୍କ ବ୍ୟାନରର ନାମ ରହିଛି ସେ ‘ସାନଲିସା ସିଗନେଚର ଫିଲ୍ମସ୍’। ସାନଲିସା ଜଣେ ଫ୍ୟାସନ୍ ଡିଜାଇନର, ଡ୍ରେସ୍ ଡିଜାଇନର, କଷ୍ଟ୍ୟୁମ୍ ଷ୍ଟାଇଲିଷ୍ଟ ଓ ଏଣ୍ଟରପ୍ରିନର। ଫ୍ୟାସନ୍ ଡିଜାଇନ୍ ତାଙ୍କର ନିଶା। ଯେଉଁଥିରେ ସେ ପାରମ୍ପରିକ ଓ ଆଧୁନିକ ଡିଜାଇନକୁ ଉପଯୋଗ କରୁଛନ୍ତି। ସେ ଲକ୍‌ଜୁରି ମ୍ୟାନ୍ସୱେର ଷ୍ଟୋରର ଡିଜାଇନର ଓ ପରିଚାଳନା କରୁଛନ୍ତି। ନିଜର ଫ୍ଲାଗ୍‌ସିପ ଷ୍ଟୋର ପାଇଁ ସେ ଆଖିଦୃଶିଆ ଏବଂ ପୁରୁଷ ପରିହିତ ପୋଷାକ ପ୍ରସ୍ତୁତ କରୁଛନ୍ତି। ପ୍ରଖ୍ୟାତ ବ୍ୟକ୍ତିଙ୍କ ବ୍ୟତୀତ ଚଳଚ୍ଚିତ୍ର, ଟେଲି ଧାରାବାହିକ କଳାକାର ଏବଂ ଫ୍ୟାସନ୍ ସୋ’ରେ ଅଂଶଗ୍ରହଣ କରୁଥିବା ମଡେଲ୍‌ଙ୍କ ପାଇଁ ସେ ଫ୍ୟାସନ୍ ଓ ଡ୍ରେସ୍ ଡିଜାଇନ୍ କରୁଛନ୍ତି। ଦିଲ୍ଲୀର ଏନ୍‌ସିଆର ସେଣ୍ଟରରେ ସେ ପୁରୁଷ ପରିହିତ ପୋଷାକ ପାଇଁ ବ୍ରାଣ୍ଡ ଭାବେ କାମ କରୁଛନ୍ତି।

Advertisment

ସାନଲିସା କହନ୍ତି, ମୁଁ ବଲିଉଡ୍, ଦିଲ୍ଲୀ ଓ ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଫ୍ୟାସନ୍ ଡିଜାଇନିଂ କରିଛି। ପୁନେ, ଦିଲ୍ଲୀ ଓ ମୁମ୍ବାଇରେ ଥିବା ପଞ୍ଚତାରକା ହୋଟେଲ୍‌ରେ ଇଭେଣ୍ଟ ପାଇଁ ୟୁନିଫର୍ମ ଡିଜାଇନ୍ କରିଛି। ମୋ ପାଖରେ ବ୍ରାଇଟ୍, ଗ୍ରୁମ୍ ଓ ଫ୍ୟାମିଲି ଆଦି ସବୁପ୍ରକ‌ାର ଡିଜାଇନ୍ ରହିଛି। ମୁଁ ଦିଲ୍ଲୀରେ ‘ବିଗ୍ ୱେ’ ନାମରେ ଏକ ଇଭେଣ୍ଟ କମ୍ପାନୀ କରିଛି। କମ୍ପାନୀ ତରଫରୁ ଡେଷ୍ଟିନେସନ୍ ୱେଡିଙ୍ଗ୍, ମ୍ୟୁଜିକାଲ୍ ନାଇଟ୍ ଏବଂ କର୍ପୋରେଟ୍ ହାଉସ୍‌ରେ ଇଭେଣ୍ଟ ଚାଲିଛି। ମୁଁ ଯେତେବେଳେ ପ୍ରାଇମ୍ ଭିଡିଓ ଓ ନେଟ୍‌ଫ୍ଲିକ୍ସ ଦେଖେ ଏଥିରେ ଇଂରାଜି, ହିନ୍ଦୀ, ମରାଠୀ, ତେଲୁଗୁ, ବେଙ୍ଗଲୀ ମୁଭି ଦେଖେ ହେଲେ ଓଡ଼ିଆ ଫିଲ୍ମ ପାଏ ନାହିଁ? ଭାବିଲି ଓଡ଼ିଆରେ କ’ଣ ଭଲ ସିନେମା ହେଉନାହିଁ? ତେଣୁ ମୁଁ ‘ପ୍ରଥା’ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କଲି।