‘ନୋ ଅକ୍ଷୟ କୁମାର, ନୋ ହେରା ଫେରୀ-୩’ ଟ୍ରେଣ୍ଡ କରିବାରୁ କାର୍ତ୍ତିକଙ୍କୁ ହଟାଇ ଅକ୍ଷୟକୁ ନେଲେ ନିର୍ମାତା !

ମୁମ୍ବାଇ: ଖୁବ ଶୀଘ୍ର ଆସିବ ହିନ୍ଦୀ ସିନେମାର ଲୋକପ୍ରିୟ ଫିଲ୍ମ ‘ହେରା ଫେରି-୩’। ଏହି ଚଳଚ୍ଚିତ୍ରର ସୁଟିଂ ୨୦୨୩ ମସିହାରେ ଆରମ୍ଭ ହେବ। ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟିଂ ଉପରେ କାମ ଚାଲିଛି। ଏହି ସୂଚନା ସାମ୍ନାକୁ ଆସିବା ପରେ ଏବେ ଏହି ଫିଲ୍ମର ପ୍ରଶଂସକମାନଙ୍କ ଖୁସିର ଠିକଣା ନାହିଁ। ତେବେ ‘ହେରା ଫେରି-୩’ରେ ଏକ ବଡ଼ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଥିଲା। ଏହି ଫିଲ୍ମରେ ବଲିଉଡର ଖିଲାଡି କୁମାର ଅକ୍ଷୟ ନଜର ଆସିବେ ନାହିଁ, ତାଙ୍କ ସ୍ଥାନରେ ଅଭିନେତା କାର୍ତ୍ତିକ ଆରୟନ ନଜର ଆସିବେ ବୋଲି କୁହାଯାଉଥିଲା। ହେଲେ ଏବେ ନିର୍ମାତା ନିଷ୍ପତ୍ତି ବଦଳାଇଥିବା ଚର୍ଚ୍ଚା ହେଉଛି।

କାର୍ତ୍ତିକ, ଅକ୍ଷୟ କୁମାରଙ୍କ ହେରା ଫେରୀରେ ଥିବା ରାଜୁ ଚରିତ୍ରରେ ନଜର ଆସିବେ ବୋଲି ଖବର ମିଳିବା ପରେ ସୋସିଆଲ ମିଡିଆରେ ‘ନୋ ଅକ୍ଷୟ କୁମାର, ନୋ ହେରା ଫେରୀ-୩’ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। କାର୍ତ୍ତିକଙ୍କ କାଷ୍ଟିଂକୁ ବିରୋଧ ପରେ ଏବେ ନିର୍ମାତା ଅକ୍ଷୟଙ୍କୁ ହିଁ ରାଜୁ ଚରିତ୍ରରେ ଆଣିବେ ବୋଲି ଚିନ୍ତା କରୁଛନ୍ତି। ଅକ୍ଷୟଙ୍କ କ୍ରେଜକୁ ଦେଖି ଫିଲ୍ମର ପ୍ରଯୋଜକ ଫିରୋଜ ନାଦିଆଦୱାଲା ଅକ୍ଷୟ କୁମାରଙ୍କ ସହ କଥା ହୋଇଥିଲେ ବୋଳି କୁହାଯାଉଛି। ଅନେକ ଥର ଦେଖା ହେବା ପରେ ଫିରୋଜ ଅକ୍ଷୟଙ୍କୁ ‘ହେରା ଫେରି-୩’ରେ କାମ କରିବା ପାଇଁ ରାଜି କରାଇଥିବା ଚର୍ଚ୍ଚା ହେଉଛି। ତେବେ ଆଗକୁ ଏହି କଥା କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର