ନିଜ ନିର୍ଦ୍ଦେଶନାରେ ନିର୍ମାଣ ହେଇଥିବା ଚଳଚ୍ଚିତ୍ର ‘ବରୋଜୋ’ର ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ମୋହନଲାଲ୍। ପ୍ରାୟ ଦଶନ୍ଧିଟିଏ ଧରି ଯିଏ କ୍ୟାେମରା ପଛରେ ରହି କାମ କରୁଥିଲେ, ସେ ୨୦୨୧ରେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସି ଅଭିନୟ କରିଛନ୍ତି। ନୂଆବର୍ଷ ଅବସରରେ ସେ ତାଙ୍କର ଏକ ଫଟୋ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି। ଫଟୋ ତଳେ ମୋହନଲାଲ ଲେଖିଛନ୍ତି- ଆଖି ଆଗରେ ଆଉ ଏକ ଉଦୀୟମାନ ବର୍ଷର ଅଭ୍ୟୁଦୟ ହେଉଛି। ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଭରିଦେଉ। ସମସ୍ତେ ଆନନ୍ଦମୟ ଜୀବନ ବିତାନ୍ତୁ। ଫଟୋରେ ମୋହନଙ୍କ ନୂଆ ଅବତାର ଦେଖି ଅନେକ ସିନେପ୍ରେମୀ ତାଙ୍କୁ ପ୍ରଶଂସା କରିଛନ୍ତି।
/sambad/media/post_attachments/wp-content/uploads/2022/01/barroz3-f.jpg)
ଲଣ୍ଡା ମୁଣ୍ଡକୁ ସରୁ ନିଶ ଆଉ ଲମ୍ବାଦାଢ଼ି ତାଙ୍କୁ ବେଶ ଭୟଙ୍କର ବେଶ ଦେଇଛି। ପୂରାପୂରି ରାଜକୀୟ ଚେହେରାରେ ସେ ସମ୍ରାଟଙ୍କ ପରି ସୁବର୍ଣ୍ଣ ଚୌକିରେ ବିରାଜମାନ ହୋଇଛନ୍ତି। ଚଳଚ୍ଚିତ୍ରରେ ମୋହନଲାଲ ଏକ ପୌରାଣିକ ଚରିତ୍ର ନିର୍ବାହ କରିଛନ୍ତି। ତାଙ୍କ ବେଶପୋଷାକ ଓ ଚେହେରା ଦେଖିଲେ ଇତିହାସର ଭାସ୍କୋଡାଗାମାଙ୍କ ପରି ଅବିକଳ ଲାଗୁଛି। ଚିତ୍ରଟି ୩ଡି ଫର୍ମାଟରେ ପ୍ରସ୍ତୁତ ହେଇଥିବା ବେଳେ ଏଥିରେ ଆନିମେସନ ଓ ଭିଏଫଏକ୍ସ ଟେକନୋଲୋଜିର ବ୍ୟବହାର ହେଇଛି। ପ୍ରଥମ ମଲାୟାଲାମ ୩ଡି ଚଳଚ୍ଚିତ୍ର ‘ମାଇଁ ଡିଅର୍ କୁଟ୍ଟିଚଥନ’ର ନିର୍ଦ୍ଦେଶକ ଜିଜୋ ପୁନ୍ନୁସେ ‘ବରୋଜୋ’ ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି।
ଏହି ଚଳଚ୍ଚିତ୍ରରେ ସ୍ପାନିସ୍ ଅଭିନେତ୍ରୀ ପାଜ ଭେଗା ଓ ରାଫେଲ୍ ଆମାର୍ଗୋଙ୍କ ସମେତ ମଲାୟାଲମ ସିନେ ଜଗତ୍ର ବର୍ଷୀୟାନ ଅଭିନେତା ପ୍ରତାପ ପୋଥେନଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଆଶୀର୍ବାଦ ସିନେମାଜ୍ ବ୍ୟାନର୍ ପ୍ରସ୍ତୁତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତିି ଆଣ୍ଟୋନି ପେରୁମ୍ବାଭୋର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Barroz-Movie-Actor_Thumbnail.jpg)