ମୁମ୍ବାଇ: ଜନ୍ମଦିନ ଅବସରରେ ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ଅପକମିଙ୍ଗ ଫିଲ୍ମ “ପୃଥ୍ୱୀରାଜ”ର ଟିଜର । ୟଶରାଜ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ହିଷ୍ଟୋରିକାଲ୍ ସିନେମାରେ ଅକ୍ଷୟଙ୍କୁ ପୃଥ୍ୱୀରାଜ ଚରିତ୍ରରେ ଦେଖିବାକୁ ମିଳିବ । ନିଜର ଏହି ଟିଜର୍ ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ଅକ୍ଷୟ । ଏହାସହ ଫିଲ୍ମକୁ ନେଇ ସେ ଖୁସି ଜାହିର କରିଛନ୍ତି । “ପୃଥ୍ୱୀରାଜ” ତାଙ୍କର ଆଉ ଏକ ବ୍ଲକବଷ୍ଟର ଫିଲ୍ମ ହେବାକୁ ଯାଉଛି ବୋଲି କହିଛନ୍ତି ଅକ୍ଷୟ କୁମାର୍ ।
Sambad is now on WhatsApp
Join and get latest news updates delivered to you via WhatsApp
Elated to share about my 1st historical film on my birthday!Humbled to have the opportunity to play a hero I look up to for his valor & values- Samrat Prithviraj Chauhan in one of my biggest films #Prithviraj.
Producer @yrf,director #DrChandraprakashDwivedi, releasing Diwali 2020 pic.twitter.com/Q2nD5KE3KR— Akshay Kumar (@akshaykumar) September 9, 2019
ଏଠାରେ ସୂଚନା ଥାଉ କି ଅକ୍ଷୟ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ବ୍ୟାଙ୍ଗକକ୍ ଯାଇ, ସେଠାରେ ତାଇକୋଣ୍ଡା ଏବଂ ମାର୍ସିଆଲ ଆର୍ଟରେ ସ୍ୱତନ୍ତ୍ର ଟ୍ରେନିଂ ନେଇଥିଲେ । ସେଠାରେ ଜଣେ କୁକ୍ ଭାବେ ମଧ୍ୟ କାମ କରୁଥିଲେ । ଭାରତ ଫେରିବା ପରେ ସେ ମଡେଲିଂରେ ପାଦ ରଖିଥିଲେ । ହେଲେ ଅକ୍ଷୟଙ୍କୁ ପ୍ରଥମେ ଅଭିନୟର ସୁଯୋଗ ମିଳିଲା ୧୯୯୧ ମସିହାର ଫିଲ୍ମ ସୌଗନ୍ଧରେ । ଆଉ ଏହାପରେ ସେ ଆଉ ପଛକୁ ଚାହିଁ ଦେଖି ନାହାଁନ୍ତି । ଏହାପରେ ସେ ବଲିଉଡରେ ଧିରେ ଧିରେ ଖିଲାଡି କୁମାର୍ ଭାବେ ପରିଚିତ ହେଲେ । ଖିଲାଡି ସିରିଜ୍ ଯେପରି ଖିଲାଡି, ମେଁ ଖିଲାଡି ତୁ ଅନାଡି, ସବସେ ବଡା ଖିଲାଡି, ଖିଲାଡିଓଁ କା ଖିଲାଡି, ମିଷ୍ଟର ଆଣ୍ଡ ମିସେସ୍ ଖିଲାଡି, ଇଣ୍ଟରନ୍ୟାସ୍ନାଲ୍ ଖିଲାଡି, ଏବଂ ଖିଲାଡି ୪୨୦ରେ ଅଭିନୟ କରି ନିଜର ଷ୍ଟଂଟ୍ ଓ ଆକ୍ସନର ଜବରଦସ୍ତ ନମୁନା ପ୍ରଦର୍ଶନ କରିଥିଲେ ଅକ୍ଷୟ । ଆକ୍ସନ୍ ଫିଲ୍ମ ପରେ ପରେ ଧିରେ ଧିରେ କମେଡି ଫିଲ୍ମରେ ପ୍ରବେଶ କଲେ ଅକ୍ଷୟ ।
ଆଜିକାଲି ଅକ୍ଷୟ କୁମାରଙ୍କୁ ଦେଶଭକ୍ତି ସିନେମା ଗୁଡିକରେ ଦେଖିବାକୁ ମିଳୁଛି ।ଏକାଧିକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡା ଯାଇଥିଲେ ସୁଦ୍ଧା ଶେଷରେ ସେ ନିଜ ଲେଡି ଲଭ୍ ଭାବେ ପାଇଥିଲେ ଅଭିନେତ୍ରୀ ଟ୍ୱିଙ୍କଲ ଖନ୍ନାଙ୍କୁ । ଅକ୍ଷୟ ୧୭ ଜାନୁୟାରୀ, ୨୦୦୧ରେ ଟ୍ୱିଙ୍କଲଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କ ୨ ଟି ସନ୍ତାନ ମଧ୍ୟ ଅଛନ୍ତି ।