ପ୍ରିୟଙ୍କାଙ୍କୁ ଦେଖି ଲୋକ କହିଲେ ମୋଦୀ-ମୋଦୀ, କାହିଁକି ଜାଣନ୍ତୁ

ମୁମ୍ବାଇ: ଏକ ମାଗାଜିନ ପାଇଁ ଫଟୋଶୁଟ କରି ହରଡ଼ଘଣାରେ ପଡିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା | କଥାଟି ଏମିତି | ଗୁରୁବାର ଦିନ ପ୍ରିୟଙ୍କା ଗେରୁଆ ରଙ୍ଗର ଡ୍ରେସ ପିନ୍ଧି ଏକ କାର୍ଯ୍ୟକ୍ରମକୁ ଯାଇଥିଲେ | ନିଜ ଶରୀରକୁ ସମ୍ପୂର୍ଣ୍ଣ ଗେରୁଆ ରଙ୍ଗର ପୋଷାକରେ ଢାଙ୍କି ଆସିଥିବାବେଳେ କିଛି ଲୋକ ନାରା ଦେବା ଆରମ୍ଭ କରିଦେଇଥିଲେ |

ପ୍ରିୟଙ୍କାଙ୍କ ଏହି ରଙ୍ଗର ଡ୍ରେସକୁ ଦେଖି ଲୋକ ମୋଦୀ ମୋଦୀ ବୋଲି ନାରା ଦେଇଥିଲେ | ମୁମ୍ବାଇର ଯୁହୁରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରିୟଙ୍କାଙ୍କ ସହ ଅନ୍ୟ କିଛି ପ୍ରଭାବଶାଳୀ ମହିଳା ଯୋଗ ଦେଇଥିଲେ | କିନ୍ତୁ ଉପସ୍ଥିତ ଲୋକ କେବଳ ପ୍ରିୟଙ୍କାଙ୍କୁ ଦେଖି ମୋଦୀ ମୋଦୀ ବୋଲି ନାରା ଦେଇଥିଲେ | କିଛି ଦିନ ପୂର୍ବେ ଆଉ ଏକ ବିବାଦୀୟ ଫଟୋକୁ ନେଇ କିଛି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ପ୍ରିୟଙ୍କାଙ୍କୁ କହିଥିଲେ ଯେ ପ୍ରିୟଙ୍କା ଦେଶର ସଂସ୍କୃତି ଭୁଲିଗଲେଣି |

ସମ୍ବନ୍ଧିତ ଖବର