ଜାଣନ୍ତି , ଏହି ଓଲିଉଡ ଯୋଡି ଗତ ୧୧ ବର୍ଷ ହେଲା ପୂଜା ବଜାରକୁ ଆସି ନାହାନ୍ତି !

ଭୁବନେଶ୍ୱର: ଏଥର ପୂଜା ସିନେମାରେ ଦର୍ଶକ ବାବୁସାନ୍‌-ଭୂମିକା , ଅନୁଭବ- ଶିବାନୀ ଏବଂ ଅନୁଭବ-ତମନ୍ନା ଯୋଡିକୁ ପରଦାରେ ଭେଟିବେ। ହେଲେ କିଛି ଯୋଡି ନଜର ଆସିବେନି। ହେଲେ ଆପଣ କ’ଣ ଜାଣନ୍ତି , ଏକ ଓଲିଉଡ ଯୋଡି ଗତ ୧୧ ବର୍ଷ ହେଲା ପୂଜା ବଜାରକୁ ଆସି ନାହାନ୍ତି ।

ଓଲିଉଡର ଏହି ଲୋକପ୍ରିୟ ଯୋଡ଼ି ହେଲେ ସିଦ୍ଧାନ୍ତ-ଅନୁ ଚୌଧୁରୀ।ଏହି ଯୋଡ଼ିର ଚାହିଦା ଆଜି ବି କମି ନାହିଁ। ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ିକୁ ଏକାଧିକବାର ପୂଜା ବଜାରରେ ଦେଖିବାକୁ ମିଳିଛି। ତେବେ ଏହି ଯୋଡ଼ିର ଶେଷ ପୂଜା ସିନେମା ହେଲା ‘କାଳୀଶଙ୍କର’। ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଏହି ସିନେମା ୨୦୦୭ରେ ରିଲିଜ୍‌ ହୋଇଥିଲା। ଏହାପରେ ଗତ ଏଗାର ବର୍ଷ ଧରି ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ିକୁ ପୂଜା ବଜାରର ସିନେମାରେ ଦେଖିବାକୁ ମିଳି ନାହିଁ।


ସିଦ୍ଧାନ୍ତ ଓ ଅନୁଙ୍କ ଯୋଡ଼ିକୁ ଦର୍ଶକ ୨୦୧୭ରେ ରିଲିଜ୍‌ ହୋଇଥିବା ‘ଗଡଫାଦର୍‌’-ଟ୍ରୁ ଷ୍ଟୋରି ଅଫ୍‌ ଏ ମ୍ୟାନ୍‌’ ରେ ଦେଖିବାକୁ ପାଇଥିଲେ ଶେଷ ଥର ପାଇଁ। ହେଲେ ଏହି ସିନେମା ନୂଆ ବର୍ଷରେ ରିଲିଜ୍‌ ହୋଇଥିଲା।

ସମ୍ବନ୍ଧିତ ଖବର