ଭୁବନେଶ୍ୱର: ଏଥର ପୂଜା ବଜାରରେ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି। ଏଥିମଧ୍ୟରୁ ପ୍ରଥମଟି ହେଲା ‘ମିଷ୍ଟର ମଜନୁ’। ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ବାବୁସାନ୍ଙ୍କ ସହ ରୋମାନ୍ସ କରୁଛନ୍ତି ତିନିଜଣ ନାୟିକା। ସେମାନେ ହେଲେ ଶୀତଲ,ସୂରମୟୀ ଏବଂ ଦିବ୍ୟା। ଏହି ନାୟିକାଙ୍କ ପ୍ରେମରେ ଉବୁଟୁବୁ ହୋଇଛନ୍ତି ବାବୁସାନ୍।
ଏଥର ପୂଜାର ଆଉ ଏକ ଓଡ଼ିଆ ସିନେମା ହେଲା ‘ଦିସ ଇଜ ସବୁମାୟାରେ ବାୟା’। ଏହି ସିନେମାରେ ସିଦ୍ଧାନ୍ତ ମହାପାତ୍ର, ଝିଲିକ୍, ସ୍ୱରାଜ ଏବଂ ଏଲିନା ମୁଖ୍ୟ ଭୂମିକାରେ ଅଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି ଯେ ଏଥର ପୂଜାବଜାରରେ ଯେଉଁ ନାୟିକାମାନଙ୍କୁ ପରଦା ଉପରେ ଦେଖିବାକୁ ମିଳିଛି ,ସେମାନଙ୍କ ଭିତରୁ କେବଳ ଜଣଙ୍କର କୌଣସି ସିନେମା ପ୍ରଥମ ଥର ପୂଜାରେ ରିଲିଜ୍ ହୋଇଛି। ଏହି ନାୟିକାଜଣକ ହେଲେ ଦିବ୍ୟା, ଯାହାଙ୍କୁ ଦର୍ଶକ‘ମିଷ୍ଟର ମଜନୁ’ରେ ଦେଖିବାକୁ ପାଇଛନ୍ତି।
ଶୀତଲ, ସୂରମୟୀ, ଝିଲିକ୍ ଏବଂ ଏଲିନାଙ୍କୁ ଆଗରୁ ଅନ୍ୟ ବର୍ଷର ପୂଜାରେ ରିଲିଜ୍ ହୋଇଥିବା ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ।
/sambad/media/post_attachments/wp-content/uploads/2019/10/dibya-odia-1-300x169.jpg)
ଦିବ୍ୟାଙ୍କର ପ୍ରଥମ ଓଡ଼ିଆ ସିନେମା ଥିଲା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ । ଏବେ ତାଙ୍କ ଅଭିନୀତ ସିନେମା ‘ପ୍ରେମ ଏଟିଏମ୍’ ଓ ‘ତୁ କହିଦେ ଆଇ ଲଭ ୟୁ’ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/mr-majnu89.jpg)