ପାକିସ୍ତାନ କଳାକାରଙ୍କ ସପକ୍ଷରେ ସ୍ୱର ଉଠାଇଲେ ପଞ୍ଜାବୀ ଗାୟକ ଏବଂ ଗୀତିକାର: ଦୁଇ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ସଂପର୍କ ଭାଙ୍ଗିବା ଉଚିତ ନୁହେଁ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରେ ଦେଶରେ ଲଗାତାର ପାକିସ୍ତାନକୁ ବିରୋଧ କରାଯାଉଛି । ପାକିସ୍ତାନକୁ ଭାରତ ତରଫରୁ ମିଳୁଥିବା ସୁବିଧାକୁ ବନ୍ଦ କରି ଦିଆଯାଉଥିବା ବେଳେ ପାକିସ୍ତାନ କଳାକାରମାନଙ୍କ ଉପରେ ମଧ୍ୟ ଅଲ୍‌ ଇଣ୍ଡିଆନ୍‌ ସିନେ ଓ୍ଵାର୍କର୍ସ ଆସୋସିଏସନ୍‌ ପ୍ରତିବନ୍ଧକ ଲଗାଇ ସାରିଛି । ଅଲ୍‌ ଇଣ୍ଡିଆନ୍‌ ସିନେ ଓ୍ଵାର୍କର୍ସ ଆସୋସିଏସନ୍‌ର ଏଭଳି ନିଷ୍ପତ୍ତିିକୁ ସମସ୍ତେ ସମର୍ଥନ କରିଥିବା ବେଳେ ପଞ୍ଜାବୀ ଗାୟକ ଏବଂ ଗୀତିକାରମାନେ ଏହାକୁ ବିରୋଧ କରିଛନ୍ତି ।

ସୂଚନା ମୁତାବକ, ପଞ୍ଜାବର ସଙ୍ଗରୁରରେ ଶନିବାର ଏବଂ ରବିବାର ଗୀତ ରଙ୍ଗ ଦରବାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ପଞ୍ଜାବୀ କଳାକାର ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ, ରାୟକୋଟ୍‌, ବୀତ୍‌ ବଲଜିତ୍‌, ମେଟ୍‌ ସେରୋନ୍‌ ଓ୍ଵାଲା, ରଞ୍ଜିତ୍‌ ଖାନ୍‌, ବଚନ ବେଦିଲ, ମନପ୍ରୀତ୍‌ ତିଓ୍ଵାନାଙ୍କ ସମେତ ଅନେକ କଳାକାର ।

Oneindia Hindi

କଣ୍ଠଶିଳ୍ପୀ ମେଟ୍‌ ସେରୋନ୍‌ ଓ୍ଵାଲାଙ୍କ କହିବା ଅନୁଯାୟୀ, ‘ପୁଲଓ୍ଵାମାରେ ବାସ୍ତବରେ କ’ଣ ଘଟିଥିଲା, ସେ ନେଇ ସରକାରଙ୍କୁ ତଦନ୍ତ କରିବା ଦରକାର । ପ୍ରକୃତ ଦୋଷୀ ଯିଏ, ତାକୁ ଦଣ୍ଡ ମିଳିବା ଦରକାର । କିନ୍ତୁ ଅନ୍ୟ କାହାର ଭୁଲ ପାଇଁ କଳା ଏବଂ କଳାକାରମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଏହାର ସମାଧାନ ନୁହେଁ । କଳା ଆମକୁ ଯୁଦ୍ଧରୁ ଦୂରରେ ରଖିବା ସହ ମନକୁ ଶନ୍ତି ଦେଇଥାଏ । ଦୁଇ ଦେଶର ନେତାମାନଙ୍କ ଲଢ଼େଇ ଭିତରେ ଆମେ କେମିତି ଆମ ସାଥୀ କଳାକାରମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ପାରିବୁ ?’ ଅନ୍ୟପକ୍ଷରେ ବୀତ୍‌ ବଲ୍‌ଜିତ୍‌ଙ୍କ କହିବା ଅନୁଯାୟୀ, ‘ଆପଣ ପାକ୍‌ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି । କିନ୍ତୁ ଆମେ ଏହାକୁ ସମର୍ଥନ କରୁନାହୁଁ ।’

ସମ୍ବନ୍ଧିତ ଖବର