ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବାରେ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲେ ରବିନା ଟଣ୍ଡନ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନମାନଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି । ରବିନା ସହିଦ୍‌ ଯବାନମାନଙ୍କ ପିଲାମାନଙ୍କୁ ପଢ଼ିବାରେ ସାହାଯ୍ୟ କରିବେ ବୋଲି କହିଛନ୍ତି ।

Indiatimes.com

ବୁଧବାର ଏକ ସାକ୍ଷାତକାରେ, ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଆଗକୁ ଆସିବାକୁ ହେବ । ଯେତେ ସମ୍ଭବ ସାହାଯ୍ୟ କରି ପାରିବେ, ତାହା କରିବା ଦରକାର । ମୁଁ ଯବାନମାନଙ୍କ ପିଲମାନଙ୍କୁ ଖାସ୍‌ କରି ଝିଅମାନଙ୍କୁ ପଢ଼ାଇବାର ଦାୟିତ୍ୱ ନେଇଛି । କେବଳ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନ ନୁହନ୍ତି, ପୂର୍ବରୁ ସହିଦ୍‌ ହୋଇଥିବା ଯବାନମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଆମ ଫାଉଣ୍ଡେସନ ସାହାଯ୍ୟ କରିବ ବୋଲି ରବିନା କହିଛନ୍ତି । ରବିନାଙ୍କ ପୂର୍ବରୁ ଅକ୍ଷୟ କୁମାର, ସଲମାନ ଖାନ୍‌ ଏବଂ ଅମିତାଭ ବଚ୍ଚନ ସହିଦ୍‌ ଯବାନମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।

ସମ୍ବନ୍ଧିତ ଖବର