ମୁମ୍ବାଇ: ଫେବ୍ରୁଆରି ୧୪, ୨୦୧୯ରେ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଏହାକୁ କଡ଼ା ନିନ୍ଦା କରିଛି । ଏହା ସହ ଭାରତୀୟ ନାଗରିକମାନେ ପାକିସ୍ତାନର ମୂଳପୋଛ କରାଯାଉ ବୋଲି ଦାବି କରିଛନ୍ତି । ତେବେ ବଲିଉଡ୍ କଳାକାର ଏ ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ସହିଦ୍ ପରିବାରକୁ ସାହାଯ୍ୟ କରୁଥିବା ଦେଖା ଯାଇଛି । ପ୍ରଥମେ ଉରିର ଟିମ୍ ସହିଦ୍ ପରିବାରକୁ ଏକ କୋଟି ଟଙ୍କାର ସାହାଯ୍ୟ ଦେଇଥିବା ବେଳେ ବିଗ୍ ବି ଅଭିତାଭ ବଚ୍ଚନ ପ୍ରତି ସହିଦ୍ ପରିବାରକୁ ୫ଲକ୍ଷ ଟଙ୍କାଏ ସହାୟତା ରାଶି ଦାନ କରିଥିବା ଦେଖା ଯାଇଥିଲା ।
Thank you @BeingSalmanKhan on offering to contribute for Pulwama Martyrs through BEING HUMAN FOUNDATION. I'll work out for handing over of the cheques in the account of #BharatKeVeer @BharatKeVeer
— Kiren Rijiju (@KirenRijiju) February 17, 2019
ଏବେ ଦବଙ୍ଗ ଷ୍ଟାର ସଲମାନ ମଧ୍ୟ ସହିଦ୍ ପରିବାରକୁ ସାହାଯ୍ୟର ହାତ ବଢ଼ାଇଥିବା ଜଣା ପଡ଼ିଛି । ଏହାର ଖୁଲାସା କରି ଟୁଇଟ୍ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍ଜୁ । ପୁଲଓ୍ଵାମା ଆକ୍ରମଣରେ ପ୍ରାଣ ହରାଇଥିବା ସହିଦ୍ଙ୍କ ପରିବାରକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ୍ । ମୁଁ ଖୁବ୍ଶୀଘ୍ର ଆପଣ ଦେଇଥିବା ସହାୟତା ରାଶିକୁ ‘ଭାରତ କେ ବୀର’ ଆକାଉଣ୍ଟକୁ ପଠାଇଦେବି ବୋଲି ଲେଖି ଟୁଇଟ୍ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରଜ୍ଜୁ ।