ମୁମ୍ବାଇ: ନିଜର ହଟି ଅନ୍ଦାଜ ପାଇଁ ବଲିଉଡ୍ର ବେଶ୍ ଚର୍ଚ୍ଚିିତ ଚେହେରା ପୁନମ ପାଣ୍ଡେ। ତାଙ୍କର ହଟ୍ ଫଟୋସବୁ କେବେ ଭାଇରାଲ୍ ହୋଇଥାଏ ତ ପୁଣି କେବେ ସେ ନିଜେ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରି ଚର୍ଚ୍ଚା ପାଲଟିଥାଆନ୍ତି। ପ୍ରାୟ କିଛି ଦିନ ଅନ୍ତରରେ ଥରେ ଚର୍ଚ୍ଚାର ପରିସରକୁ ଆସୁଥିବା ପୁନମ ଏବେ ପୁଣି ଧମାକା ଦେଖାଇଛନ୍ତି। ପୁନମ୍ ଏଥର ନିଜର କିଛି ଫଟୋ ସୋସିଆଲ୍ ମିଡିଆରେ ସେ ନିଜେ ଅପ୍ଲୋଡ କରି ଚର୍ଚ୍ଚା ପାଲଟିଛନ୍ତି। ଏଥର ଚର୍ଚ୍ଚାର କାରଣ ସେ କେବଳ ଫଟୋ ଅପ୍ଲୋଡ କରିନାହାନ୍ତି ବରଂ ଫ୍ୟାନ୍ମାନଙ୍କୁ ଏକ ପ୍ରଶ୍ନ ବି ପଚାରିଛନ୍ତି। ପୁନମ ଫଟୋ ପୋଷ୍ଟ୍ କରି ଫ୍ୟାନ୍ଙ୍କୁ ପଚାରିଛନ୍ତି, ୟାକୁ ଦେଖି ଆପଣ କ’ଣ କହିବେ?
ଅନ୍ୟ ଏକ ଫଟୋ ପୋଷ୍ଟ କରି ପୁନମ ଲେଖିଛନ୍ତି,‘ସବୁ ଭଲ ଝିଅଙ୍କ ଭିତରେ ଏକ ଖରାପ ଝିଅ(ବ୍ୟାଡ୍ ଗାର୍ଲ) ନିଶ୍ଚୟ ରହିଥାଏ। ପୁନମ୍ଙ୍କ ଇନ୍ଷ୍ଟାଗ୍ରାମ୍ରେ ତାଙ୍କୁ ୧ ମିଲିୟନ୍ ଲୋକ ଫଲୋ କରୁଛନ୍ତି। ୨୦୧୭ ମସିହା ଶେଷ ବେଳକୁ ପୁନମ ନିଜ ଫ୍ୟାନ୍ମାନଙ୍କ ପାଇଁ ଟପ୍ଲେସ୍ ଫଟୋ ସୁଟ୍ ବି କରାଇଥିଲେ। ସେ ୨୦୧୧ ମସିହାରୁ ମଡେଲିଂରୁ ନିଜ କ୍ୟାରିୟର୍ ଆରମ୍ଭ କରିଛନ୍ତି। ୨୦୧୩ରେ ‘ନସା’ ଚଳଚ୍ଚିତ୍ରରେ ସେ ଖୁବ୍ ହଟ୍ ରୋମାନ୍ସ କରିଥିବାର ଦେଖିବାକୁ ମିଳିଥିଲେ। ୨୦୧୧ ମସିହାରେ ଯଦି ଭାରତ ଓ୍ଵାର୍ଲଡ କପ୍ ଜିତେ ତେବେ ସେ ଟପ୍ଲେସ୍ ହେବେ ବୋଲି ସର୍ତ୍ତ ରଖିଥିଲେ। ୨୦୧୨ ମସିହାରେ ଆଇପିଏଲ୍ରେ ‘କୋଲକାତା ନାଇଟ୍ ରାଇଡର୍ସ’ ଜିତିବା ପରେ ସେ ଟପ୍ଲେସ୍ ହୋଇଥିଲେ।