ମୁମ୍ବାଇ: ଯଦି ବିନା ପୋଷାକର କଥା ଉଠେ ତ ସାମ୍ନାକୁ ଆସନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ। କେବେ ସମୁଦ୍ର କୂଳଆ ହଟ୍ ଫଟୋ ସୁଟ୍ ତ କେବେ ଭାରତୀୟ କ୍ରିକେଟ୍ ଟିମ୍ ବିଜୟ ଲାଭ କଲେ ବିବିସ୍ତ୍ର ହେବାର ସର୍ତ୍ତ। ସବୁବେଳେ କିଛି ନା କିଛି ଆପତ୍ତିଜନକ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ପୁନମ। କେବଳ ସେତିକି ନୁହେଁ ଆପତ୍ତିଜନକ ଚଳଚ୍ଚିତ୍ର କରିବାରେ ବି ପୁନମ କିଛି କମ୍ ନୁହଁନ୍ତି। ତେବେ, ନିକଟରେ ପୁନମ ଚଳଚ୍ଚିତ୍ର ‘ପଦ୍ମାବତ୍’କୁ ନେଇ କରିଥଇବା ଏକ ଟୁଇଟ୍ ବେଶ୍ ଚର୍ଚ୍ଚା ହୋଇଛି। ତେବେ, ଆସନ୍ତୁ ଜାଣିବା ପୁନମ କରିଥିବା ଟୁଇଟ୍ଟି କ’ଣ ଏବଂ ସେଥିରେ କି ପ୍ରକାରର ରିଟୁଇଟ୍ ସବୁ ଆସିଛି।
ପୁନମ ନିଜ ଟୁଇଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି, ‘ ‘ପଦ୍ମାବତ୍’ଦେଖିବାକୁ ଯାଉଛି। ଏହା ରିୟାଲିଟି ଟିଭି ସିରିଏଲ୍ ‘ଖତ୍ରୋଁ କି ଖିଲାଡ଼ି’ ର ଟ୍ୟାକ୍ସ ପରି ମନେ ହେଉଛି।’ ପୁନମଙ୍କର ଏହି ଟୁଇଟ୍ରେ ବହୁ ମଜାଦାରିଆ କମେଣ୍ଟ୍ ସବୁ ଆସିଛି। କିଏ ଲେଖିଛନ୍ତି, ‘କପଡ଼ା ପିନ୍ଧି କରି ଯିବ ଦିଦି’ ତ ପୁଣି କିଏ ଲେଖିଛନ୍ତି ‘ତୁମର ଯଦି ‘ପର୍ଣ୍ଣାବତ୍’ ନାମରେ ଏକ ଚଳଚ୍ଚିତ୍ର ଆସିଥାନ୍ତା ଭାରି ଭଲ ହୋଇଥାନ୍ତା। ଖିଲିଜ୍ ଆଉ କରଣୀ ସେନା ସାଙ୍ଗ ହୋଇ ବସି ଦେଖିଥାନ୍ତେ।’କେହି ଲେଖିଛନ୍ତି, ‘ଖିଲିଜ୍ଠାରୁ ସତର୍କରେ ରହିବ। ନହେଲେ ସେ ତମକୁ ଉଠାଇ ନେଇଯିବ’ ତ ପୁଣି କିଏ ଲେଖିଛନ୍ତି, ‘ସଂପୂର୍ଣ୍ଣ କପଡ଼ା ପିନ୍ଧିକି ଯାଓ ଯେମିତି କରଣୀ ସେନା କିଛି ନକରେ ସେଠାରେ।’ ଆହୁରି ଜଣେ ଲେଖିଛନ୍ତି, ‘ଦିଦି କପଡ଼ା ପିନ୍ଧିକି ଯିବ। ନହେଲେ ଲୋକେ ଚଳଚ୍ଚିତ୍ର ବଦଳରେ ଆଉ କିଛି ଦେଖିବେ।’