ଭୀମଙ୍କ ସହ ଲଢ଼େଇ ପରେ ମୋ ଶରୀର କଳା ଓ ନୀଳ ପଡ଼ିଯାଇଥିଲା: ପୁନିତ

ସଂପ୍ରତି ଦୂରଦର୍ଶନରେ ପ୍ରସାରିତ ବି.ଆର ଚୋପ୍ରାଙ୍କ ଧାରାବାହିକ ‘ମହାଭାରତ’ରେ ପୁନିତ ଇସାର ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିଲେ। ତେବେ ୬ଫୁଟ ୩ ଇଞ୍ଚର ଏହି କଳାକାରଜଣକ ଏକ ସର୍ତ୍ତରେ ଦୁର୍ଯ୍ୟୋଧନ ଚରିତ୍ର କରିବା ପାଇଁ ରାଜି ହୋଇଥିଲେ। ସେ ନିର୍ମାତାଙ୍କୁ କହିଥିଲେ, ମୁଁ ଯଦି ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିବି, ତେବେ ଯିଏ ଭୀମ ଚରିତ୍ରରେ ଅଭିନୟ କରିବେ, ସେ ମୋ’ଠାରୁ ଡେଙ୍ଗା ହୋଇଥିବା ଆବଶ୍ୟକ। ସତକୁ ସତ ନିର୍ମାତା ୬ ଫୁଟ ୮ ଇଞ୍ଚ ବିଶିଷ୍ଟ କ୍ରୀଡ଼ାବିତ୍‌ ପ୍ରବୀଣ କୁମାରଙ୍କୁ ଏହି ଚରିତ୍ରରେ ନେଇଥିଲେ। ହିନ୍ଦୁସ୍ତାନ ଟାଇମ୍‌ସକୁ ଦେଇଥିବା ଏକ ସାକ୍ଷାତକାରରେ ପୁନିତ କହିଛନ୍ତି, ମୁଁ ଏସିଆନ୍‌ ଗେମ୍‌ସର ସ୍ବର୍ଣ୍ଣ ପଦକ ବିଜେତା ପ୍ରବୀଣ କୁମାରଙ୍କ ଦ୍ବାରା ମାଡ଼ ଖାଇଥିଲି। ବାସ୍ତବରେ ପ୍ରବୀଣ ଅଭିନେତା ନଥିଲେ। ତେଣୁ ପ୍ରବୀଣ ମତେ ଏତେ ଶକ୍ତ ଭାବେ ମାରିଥିଲେ ଯେ ମୋ ପୂରା ଶରୀର କଳା ଓ ନୀଳ ପଡ଼ିଯାଇଥିଲା। ସେତେବେଳର ସେଇ କ୍ଲାଇମାକ୍ସ ଦୃଶ୍ୟ ସୁଟିଂ ହେବାକୁ ୧୮ ଦିନ ଲାଗି ଯାଇଥିଲା।

ସମ୍ବନ୍ଧିତ ଖବର