ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରଖ୍ୟାତ ନୃତ୍ୟ କୋରିଓଗ୍ରାଫର୍ ପୁନିତ ପାଠକ। ପ୍ରେମିକା ନିଧି ସିଂହଙ୍କୁ ସେ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ପୁନିତ ଲୋନାବଲାରେ ନିଜର ପରିବାର ଓ କିଛି ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ତାଙ୍କ ବିବାହର ଏକ ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ସେ, ନିଧି ସିଂହ, କମେଡି କ୍ବିନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ପୁନିତଙ୍କ ବିବାହର ଫଟୋ ଭାଇରାଲ ହେବା ପରେ ଏବେ ତାଙ୍କୁ ତାଙ୍କ ପ୍ରଶଂସକ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୁନିତ ଡ୍ୟାନ୍ସ ରିଅଲିଟି ସୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ପ୍ରତିଯୋଗୀ ଭାବେ ଭାଗ ନେଇ ଖ୍ୟାତି ଅର୍ଜନ କରିଥିଲେ। ଏହା ପରେ ପରେ ସେ ଅନେକ ମ୍ୟୁଜିକ ଭିଡିଓରେ କାମ କରିବା ସହ ଏବିସିଡି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।
ବିବାହ କଲେ ପ୍ରଖ୍ୟାତ ନୃତ୍ୟ କୋରିଓଗ୍ରାଫର୍ ପୁନିତ ପାଠକ
/sambad/media/post_attachments/wp-content/uploads/2020/12/punit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)