ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତା ଅମନ ଧଲୀୱାଲଙ୍କୁ ଛୁରାମାଡ଼। ଆମେରିକାର ଏକ ଜିମରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଅମନ ପ୍ରତିଦିନ ଭଳି ଜିମକୁ ବ୍ୟାୟାମ କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଘଟଣା ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି। ଏହି ଘଟଣା ପରେ ଅଭିନେତା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ଜାତୀୟ ଗଣମାଧ୍ୟମ ନିଉଜ ୧୮ ରିପୋର୍ଟ ଅନୁଯାୟୀ, ଆମେରିକାର ୩୬୮୫ ଗ୍ରାଣ୍ଡ ଓକ୍ସରେ ଅବସ୍ଥିତ ପ୍ଲାନେଟ୍ ଫିଟନେସ୍ ଜିମରେ ସକାଳ ପ୍ରାୟ ୯ଟା ୨୦ ସମୟରେ ଏହି ଆକ୍ରମଣ ହୋଇଥିଲା। ଏହି ଭିଡିଓକୁ ସାମ୍ବାଦିକ ପରମିତ ବିଡୋୱାଲି ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, “ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିବା ଲୋକପ୍ରିୟ ଅଭିନେତା ଅମନ ଧଲୀୱାଲଙ୍କୁ ଆମେରିକାରେ ମରଣାନ୍ତକ ଆକ୍ରମଣ କରାଯାଇଛି। ସେ ଜିମରେ ବ୍ୟାୟାମ କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଜଣେ ଆକ୍ରମଣକାରୀ ହାତରେ ଛୁରୀ ଧରି ଜିମରେ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିଥିଲା।”
ଆକ୍ରମଣ ପରେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଶରୀରର ଏକାଧିକ ସ୍ଥାନରେ ବ୍ୟାଣ୍ଡେଜ ଲଗାଯାଇଥିବା ଦେଖାଯାଇଛି।
Famous actor Aman Dhaliwal, who has worked in Punjabi and Hindi films, has been fatally attacked in America. The attack took place when he was exercising in the gym.
An assailant entered the gym armed with a knife and launched an attack. pic.twitter.com/4CgtTYJB3y— Parmeet Bidowali (@ParmeetBidowali) March 16, 2023