ନୂଆଦିଲ୍ଲୀ: ପଞ୍ଜାବୀ ଚଳଚ୍ଚିତ୍ର ଶିଳ୍ପର ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତାନିଆ। ନିକଟରେ ସର୍ବସାଧାରଣରେ ତାନିଆଙ୍କ ବାପା ଡାକ୍ତର ଅନିଲ ଜିତ ସିଂହଙ୍କୁ ଗୁଳି କରାଯାଇଛି। ଆହତ ଅବସ୍ଥାରେ ଅନିଲଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର (୪ ଜୁଲାଇ) ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତି ଡାକ୍ତର ଅନିଲ ଜିତ ସିଂହଙ୍କ କ୍ଲିନିକ ହରବନ୍ସ ନର୍ସିଂ ହୋମରେ ରୋଗୀ ହୋଇ ପ୍ରବେଶ କରି କେହି କିଛି ବୁଝିବା ପୂର୍ବରୁ ଗୁଳି କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାଅନୁଯାୟୀ, ଆକ୍ରମଣକାରୀମାନେ ଏକ ମୋଟରସାଇକେଲରେ ଆସିଥିଲେ ଏବଂ ରୋଗୀ ହେବାର ଅଭିନୟ କରି ଡାକ୍ତରଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଏହି ଗୁଳିକାଣ୍ଡରେ ଡାକ୍ତର ଗୁରୁତର ଭାବେ ଆହତ ହୋଇ ଚଟାଣରେ ପଡ଼ି ଯାଇଥିଲେ।
ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ଡାକ୍ତର ଅନିଲ ଜିତ ସିଂହଙ୍କୁ ପୂର୍ବରୁ ମଧ୍ୟ ଅନେକଥର ହତ୍ୟା ଧମକ ମିଳିଥିଲା। କିନ୍ତୁ ଏନେଇ କୌଣସି ଅଧିକାରିକ ଭାବେ ଅଭିଯୋଗ ହୋଇନାହିଁ। ଘଟଣାସ୍ଥଳର ତଦନ୍ତ ପାଇଁ ଫରେନସିକ୍ ଦଳ ନିୟୋଜିତ ହୋଇଛନ୍ତି ଏବଂ କ୍ଲିନିକ୍ ଚାରିପାଖ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଗୁଳି ଚଳାଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ପାଇଁ ନିକଟସ୍ଥ କ୍ୟାମେରାରୁ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/06/new-projewet-2025-07-06-19-12-46.jpg)