ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?

୨୦୧୭ରେ ଅନେକ କଳାକାର ପରଦାରେ ନଜର ଆସିଛନ୍ତି । ହେଲେ କେତେକ ଅଭିନେତାଙ୍କୁ ଏ ବର୍ଷ କୌଣସି ଗୋଟିଏ ବି ସିନେମାରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ପୁପିନ୍ଦର । ପୂର୍ବରୁ ସେ ‘କିଛି ଖଟା କିଛି ମିଠା’, ‘ଜଗୁ ଅଟୋଓ୍ଵାଲା’ , ‘ଶୁଭ ବିବାହ ’, ‘ତୋ ବିନା ଭଲ ଲାଗେନା ’ , ‘ସମୟ ବଡ଼ ବଳବାନ୍‌’ ଭଳି ବେଶ୍‌ କେତୋଟି ଓଡ଼ିଆ ଛବିରେ ନାୟକ ଭୂମିକାରେ ଅଭିନୟ କରିଥିଲେ। ତା’ଛଡା ତାଙ୍କୁ ‘ଲଭ ଡଟ୍‌ କମ୍‌’ ଓ ‘ଥୁକୁଲ୍‌’ ଭଳି ସିନେମାରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ ।

ହେଲେ ୨୦୧୭ରେ ପୁପିନ୍ଦରଙ୍କ କୌଣସି ବି ସିନେମା ରିଲିଜ୍‌ ହୋଇ ନାହିଁ । ପୁପିନ୍ଦର ଜଣେ ପ୍ରଯୋଜକ ମଧ୍ୟ । ଠିକ୍‌ ସେହିପରି ତାଙ୍କ ପ୍ରଯୋଜିତ କୌଣସି ବି ସିନେମା ଏ ବର୍ଷ ରିଲିଜ୍‌ ହୋଇ ନାହିଁ । ତେବେ ତାଙ୍କୁ ନିୟମିତ ଭାବେ ଛୋଟ ପରଦାରେ ଦେଖିବାକୁ ମିଳିଛି ଏ ବର୍ଷ । ସେ ‘ଜିନାର ଜୀବନସାଥୀ ’ ଭଳି ସୋ’ ର ଉପସ୍ଥାପକ ଭାବେ ଛୋଟ ପରଦାରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ ଏ ବର୍ଷ ଚର୍ଚ୍ଚାରେ ଥିଲେ ପୁପିନ୍ଦର । ୨୦୧୭ରେ ସେ ଏକ କେଇ ଅଭିଯୋ ରେ ଗିରଫ ହେବା ଘଟଣା ଓଲିଉଡରେ ଚହଳ ପକାଇଥିଲା । ପୂର୍ବରୁ ଜଣେ ନବାଗତ ଅଭିନେତାଙ୍କଠୁ ରୋଲ୍‌ ଦେବା ନାଆଁରେ ଅର୍ଥ ନେଇଥିବା ଖବର ପାଇଁ ବେଶ ବିବାଦୀୟ ହୋଇଥିଲେ ପୁପିନ୍ଦର୍‌ ।

ସମ୍ବନ୍ଧିତ ଖବର