ନୂଆଦିଲ୍ଲୀ: ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।

Advertisment

ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଏବେ ଫିଲ୍ମ ରିଲିଜ୍ ହେବାର ୧୫ଦିନ ‌ହୋଇସାରିଥିବା ବେଳେ ଫିଲ୍ମଟି ୯୦୦କୋଟିରୁ ଅଧିକ ଟଙ୍କ‌ା ଆୟ କରିସାରିଲାଣି। ପ୍ରେକ୍ଷାଳୟରେ ଫିଲ୍ମଟି ରିଲିଜ୍ ହେବା ପରେ ଏବେ ଏହାର ଓଟିଟି ରିଲିଜ୍ ନେଇ ସମ୍ଭାବ୍ୟ ତାରିଖ ସାମ୍ନାକୁ ଆସିଛି। ଫିଲ୍ମର ଓଟିଟି ରାଇଟ୍ସ କିଣିଛି ନେଟଫ୍ଲିକ୍ସ। କିଛି ଦିନ ପରେ ଲୋକେ ଏହାକୁ ନେଟଫ୍ଲିକ୍ସରେ ଦେଖିପାରିବେ। କୁହାଯାଉଛି ଯେ, ସବୁ ଭାଷା ପାଇଁ ଚଳଚ୍ଚିତ୍ରର ଡିଜିଟାଲ୍ ଷ୍ଟ୍ରିମିଂ ରାଇଟ୍ସ କିଣିଛି ନେଟଫ୍ଲିକ୍ସ। ଏଥିପାଇଁ ନେଟଫ୍ଲିକ୍ସ ୨୭୦କୋଟି ଟଙ୍କା ଦେଇଥିବା ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ମୁତାବକ, ଫିଲ୍ମଟି ଫେବ୍ରୁଆରି ୨୦୨୫ରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ।