ମୁମ୍ବାଇ: ଭାରତୀୟ ବକ୍ସ ଅଫିସ୍ରେ ଦକ୍ଷିଣୀ ସିନେମାଗୁଡ଼ିକ ଧମାକା କରୁଛନ୍ତି। ଅଲ୍ଲୁ ଅର୍ଜୁନ୍ ଅଭିନୀତ ବହୁଚର୍ଚ୍ଚିତ ଛବି ‘ପୁଷ୍ପା-୨: ଦ ରୁଲ୍’ର ଟ୍ରେଲର୍ ରିଲିଜ୍ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସିନେମାଟି ଡିସେମ୍ବର ୫ ତାରିଖରେ ରିଲିଜ ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରି ସାରିଛି। ନଭେମ୍ବର ୨୬ ତାରିଖରେ ସିନେମାର ଶେଷ ସୁଟିଂ ସରିଛି।
‘ପୁଷ୍ପା-୨: ଦ ରୁଲ୍’ର ପ୍ରଡକସନ ୨୦୨୨ରେ ଆରମ୍ଭ ହୋଇଥିଲା। ଦୀର୍ଘ ୨ବର୍ଷ ଧରି ସିନେମାର ପ୍ରଡକସନ ଓ ସୁଟିଂ ସହିତ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଖୁବ ପରିଶମ୍ର କରିବାକୁ ପଡ଼ିଥିବା ବିଶେଷ ସୂତ୍ରରୁ ଖବର ମଳିଛି।
‘ପୁଷ୍ପା-୨’ର ଟ୍ରେଲର୍ ରିଲିଜ୍ ହେବାର ମାତ୍ର ୧୬ ଘଣ୍ଟା ମଧ୍ୟରେ ୟୁଟ୍ୟୁବ୍ରେ ବିଭିନ୍ନ ଭାଷାରେ ଏହା ୬୨.୪ ମିଲିୟନ୍ ଭିୟୁ ହାସଲ କରିଥିଲା। ଏହି କ୍ରମରେ ଖବର ଆସିଛି କି ‘ପୁଷ୍ପା-୨’ ସେନସର କଟ ପୂର୍ବରୁ ଲିକ ହୋଇଯାଇଛି। ନଭେମ୍ବର ୨୭ ଅର୍ଥାତ ଆଜିର ଦିନରେ ସିନେମାକୁ ତେଲୁଗୁ ସେନସର ସାର୍ଟିଫିକେଟ ପାଇଁ ଦେଖାଯିବ।
ପ୍ରକାଶିତ ରିପୋର୍ଟ ମୁତାବକ, ‘ପୁଷ୍ପା ୨ର ଆଡଭାନ୍ସ ବୁକିଂ ନଭେମ୍ବର ୨୯ରୁ ସମଗ୍ର ଦେଶରେ ଆରମ୍ଭ ହୋଇଯିବ। ତେଲୁଗୁ ଓ ହିନ୍ଦୀ ବଜାରରେ ଏହି ସିନେମା ଅନେକ ସିନେମାର ଆଡଭାନ୍ସ ବୁକିଂର ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି।
‘ପୁଷ୍ପା: ଦ ରାଇଜ୍’ ୨୦୨୧ ମସିହାରେ ରିଲିଜ୍ ହୋଇଥିଲା। ଅଲ୍ଲୁ ଅର୍ଜୁନ୍-ରଶ୍ମିକା ମନ୍ଦାନା ଅଭିନୀତ ଏହି ଛବି ବକ୍ସଅଫିସ୍ରେ ବହୁତ ଭଲ ବେପାର କରିଥିଲା। ‘ପୁଷ୍ପା’ ପ୍ରଥମ ଭାଗକୁ ଯେଉଁମାନେ ଦେଖିଛନ୍ତି ସେମାନଙ୍କ ମଧ୍ୟରେ ଦ୍ବିତୀୟ ଭାଗ ଦେଖିବାର ପାଇଁ ଉତ୍ସାହ ଭରି ରହିଛି।