ନୂଆଦିଲ୍ଲୀ: ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨: ଦି ରୁଲ୍'କୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି | ବର୍ତ୍ତମାନ ଫିଲ୍ମ ରିଲିଜ୍ ପାଇଁ ଏକ ସପ୍ତାହରୁ କମ୍ ସମୟ ବାକି ଅଛି ଏବଂ ଫିଲ୍ମର ଟିମ୍ ପ୍ରମୋସନରେ ବ୍ୟସ୍ତ ଅଛନ୍ତି | ରିଲିଜ୍ ପୂର୍ବରୁ 'ପୁଷ୍ପା ୨'କୁ ସେନ୍ସର ବୋର୍ଡରୁ ସବୁଜ ସଙ୍କେତ ମିଳିଛି। ତେବେ ନିର୍ମାତାମାନଙ୍କୁ ରିଲିଜ୍ ପୂର୍ବରୁ ଫିଲ୍ମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପଡିବ ବୋଲି ଜଣାଯାଇଛି।
ନଭେମ୍ବର ୨୮ରେ, ସିବିଏଫସି 'ପୁଷ୍ପା ୨: ଦି ରୁଲ୍'ର ମୂଳ ତେଲୁଗୁ ସଂସ୍କରଣକୁ ୟୁଏ ପ୍ରମାଣପତ୍ର ଦେଇ ରିଲିଜ୍ ପାଇଁ ସବୁଜ ସଙ୍କେତ ଦେଇଥିଲେ। ଏହା ସହିତ ସିବିଏଫସି, ନିର୍ମାତାମାନଙ୍କୁ କିଛି ଆପତ୍ତିଜନକ ଶବ୍ଦ ବଦଳାଇବାକୁ ଏବଂ ଫିଲ୍ମରୁ କିଛି ହିଂସାତ୍ମକ ଦୃଶ୍ୟ କାଟିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
କୁହାଯାଉଛି ଯେ, ସିବିଏଫସି ନିର୍ମାତାଙ୍କୁ ତିନୋଟି ସ୍ଥାନରୁ ଗୋଟିଏ ଅପଶବ୍ଦ ହଟାଇବାକୁ କହିଛି। ଏହା ବ୍ୟତୀତ ଫିଲ୍ମରୁ 'ଡେଙ୍ଗୁଡି' ଏବଂ 'ଭେଙ୍କଟେଶ୍ବରା' ଶବ୍ଦ ମଧ୍ୟ ବଦଳାଇବାକୁ କୁହାଯାଇଛି। ଫିଲ୍ମରେ କଟା ଗୋଡ଼ ଉଡ଼ିବାର ଓ ଖଳାନାୟକ ଏକ କଟା ହାତ ଧରିଥିବାର ଦୃଶ୍ୟ ରହିଥିବା ବେଳେ ଏହାକୁ ହଟାଇବା ପାଇଁ କୁହାଯାଇଛି। ଖଳନାୟକଙ୍କ ଦୃଶ୍ୟ ବେଶୀ ହିଂସକ ନହେବା ଉଚିତ୍ ବୋଲି କହିଛି ସିପିଏଫସି।