ନୂଆଦିଲ୍ଲୀ: ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଅଲୁ ଅର୍ଜୁନଙ୍କ 'ପୁଷ୍ପା-୨ ଦି ରୁଲ୍‌' । ଗତ ୩ ବର୍ଷ ଧରି ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂରୁ ହିଁ ଚଳଚ୍ଚିତ୍ରର କ୍ରେଜ କେତେ ରହିଛି ଜଣାପଡ଼ୁଛି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Advertisment

 'ପୁଷ୍ପା ୨'ର ଚାହିଦାକୁ ଦେଖି  ଏହାର ଟିକେଟ୍ ଦାମ ମହଙ୍ଗା ହେଉଛି । ଦିଲ୍ଲୀର ସବୁଠାରୁ ଦାମୀ ଚଳଚ୍ଚିତ୍ର ଟିକେଟର ଦାମ ୧୮୦୦ ଟଙ୍କା ରହିଥାଏ । ତଥାପି, ଏବେ ଦିଲ୍ଲୀରେ ଶସ୍ତାରେ ଦେଖିପାରିବେ 'ପୁଷ୍ପା-୨ ଦି ରୁଲ୍‌'। କିନ୍ତୁ ସମସ୍ୟା ହେଉଛି ଏହି ପ୍ରେକ୍ଷାଳୟରେ ସିଟ୍ ଅଧିକ ସମୟ ଉପଲବ୍ଧ ହେବନାହିଁ ।   

ଦିଲ୍ଲୀ ଏନସିଆରର ଅଧିକାଂଶ ପ୍ରେକ୍ଷାଳୟ ମଲ୍ଟିପ୍ଲେକ୍ସ ହୋଇଥିବାବେଳେ ରାଜଧାନୀର ଆଇକନ୍ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ଚଳଚ୍ଚିତ୍ର ଦେଖିବାର ବହୁ ଅଭିଜ୍ଞତା ବଜାୟ ରଖିଛି । ଏଥିସହ ଏହି ପ୍ରେକ୍ଷାଳୟରେ ଟିକେଟ୍ ମୂଲ୍ୟ ମଧ୍ୟ ବହୁତ କମ୍ ଅଛି ।

'ପୁଷ୍ପା ୨' ପାଇଁ ସବୁଠୁ ଶସ୍ତା ଟିକେଟ୍ ଦିଲ୍ଲୀର ଆଇକନିକ ସିଙ୍ଗଲ ସ୍କ୍ରିନ ଡେଲାଇଟ୍ ସିନେମା  ଦରିଆଗଞ୍ଜରେ ଉପଲବ୍ଧ ହେବ । ଏହି ପ୍ରେକ୍ଷାଳୟର ନିମ୍ନ ଷ୍ଟଲରେ ଟିକେଟ୍ ମୂଲ୍ୟ ୯୫ ଟଙ୍କା, ସେଣ୍ଟର୍ ଷ୍ଟଲ୍ ଟିକେଟ୍ ୧୧୦ ଟଙ୍କା, ଉପର ଷ୍ଟଲ୍ ଟିକେଟ୍ ୧୬୦ ଟଙ୍କା ଏବଂ ବାଲକୋନି ଟିକେଟ୍ ୨୩୦ ଟଙ୍କାରେ ଉପଲବ୍ଧ ହେବ । ଯଦି  ଅନଲାଇନ୍ ବୁକିଂ କରିବେ ତେବେ ଡେଲାଇଟର ଶସ୍ତା ଟିକେଟ୍ ପ୍ରାୟ ୧୧୭ ଟଙ୍କାରେ ଏବଂ ସବୁଠାରୁ ମହଙ୍ଗା ଟିକେଟ୍ ପ୍ରାୟ ୨୬୫ ଟଙ୍କାରେ କିଣିପାରିବେ ।  

ସେହିପରି ଦିଲ୍ଲୀର ଅନ୍ୟ ଏକ ଆଇକନ୍ ସିଙ୍ଗଲ୍ ସ୍କ୍ରିନ୍ ଲିବର୍ଟି କରୋଲ ବାଗରେ, ଯେଉଁଠାରେ ଶସ୍ତା ଟିକେଟ୍ ୧୦୦  ଟଙ୍କା, ସବୁଠାରୁ ମହଙ୍ଗା ଟିକେଟ୍ ୨୩୫ ଟଙ୍କା ରହିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ପ୍ରିୟ ପ୍ରେକ୍ଷାଳୟ ଆଇକନିକ୍ ସିଙ୍ଗଲ୍ ସ୍କ୍ରିନ୍ ଅମ୍ବା ସିନେମାର ସବୁଠାରୁ ଶସ୍ତା ଟିକେଟ୍ ୧୩୦ ରୁ ୨୨୫ ଟଙ୍କା ପର୍ଯ୍ୟନ୍ତ ରହିଛି ।