ନୂଆଦିଲ୍ଲୀ: ଫିଲ୍ମ 'ପୁଷ୍ପା'ରେ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜଗଦୀଶ ଶେଷରେ ନିଜ ଅପରାଧ ସ୍ୱୀକାର କରିଛନ୍ତି। ଡିସେମ୍ବର ୬ରେ ଜଣେ ମହିଳାଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା। ଜଗଦୀଶ ମହିଳାଙ୍କ ଅଶ୍ଲୀଳ ଫଟୋ ଉଠାଇ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା, ଯେଉଁଥିପାଇଁ ପୀଡିତା ଆତ୍ମହତ୍ୟା କରିଥିଲେ।

Advertisment

ସୂଚନା ଅନୁଯାୟୀ, ପଚରାଉଚରା ପରେ ଜଗଦୀଶ ସ୍ୱୀକାର କରିଛନ୍ତି ଯେ ସେ ଜୁନିଅର କଳାକାରଙ୍କୁ ବ୍ଲାକମେଲ କରିବା ଉଦ୍ଦେଶ୍ୟରେ ତାଙ୍କର ଅଶ୍ଲୀଳ ଫଟୋ ଉଠାଇଥିଲେ ଏବଂ ସେହି ଫଟୋ ଲିକ୍ କରିବାକୁ ଧମକ ଦେଇ ତାଙ୍କୁ ବ୍ଲାକମେଲ କରୁଥିଲେ। ମହିଳାଜଣକ ଅନ୍ୟ ଜଣେ ପୁରୁଷଙ୍କ ପ୍ରେମରେ ପଡ଼ିଥିବାରୁ ରାଗରେ ଜଗଦୀଶ ଏଭଳି କରିଥିବା କହିଛନ୍ତି।

ପୁଲିସର କହିବା ମୁତାବକ, ନଭେମ୍ବର ୨୯ରେ ଜଣେ ମହିଳା ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଏହା ପରେ ମୃତକଙ୍କ ବାପା ପୂଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସର ଅନୁସନ୍ଧାନରୁ ଜଣାପଡିଥିଲା ଯେ, ପୀଡିତା ଓ ତାଙ୍କ ପ୍ରେମିକଙ୍କ ଅଶ୍ଲୀଳ ଫଟୋ ନେଇ ତାକୁ ଲିକ୍ କରିବେ ବୋଲି ବ୍ଲାକମେଲ କରୁଥିଲେ ଜଗଦୀଶ। ଧମକରେ ଡରି ମହିଳା ପୁଲିସରେ ଅଭିଯୋଗ କରିବା ପରିବର୍ତ୍ତେ ଆତ୍ମହତ୍ୟା କରିଥିଲେ। ପ୍ରଥମେ ପୁଲିସ ଜଗଦୀଶଙ୍କ ଉପରେ ସନ୍ଦେହ କରିନଥିଲେ ବି ତଦନ୍ତ ପରେ ତାଙ୍କର ସମ୍ପୃକ୍ତି ଜଣାପଡ଼ିଥିଲା।