ନୂଆଦିଲ୍ଲୀ: ଟେଲିଭିଜନରେ ଉପସ୍ଥାପିକା ଭାବେ ନିଜର କ୍ୟାରିୟର ଆରମ୍ଭ କରି ଅଭିନେତ୍ରୀ ହୋଇଥିବା ଅନସୁୟା ଭରଦ୍ବାଜଙ୍କ ନିକଟରେ ଏକ ସାକ୍ଷାତକାର ହୋଇଥିଲା। ଏହି ସାକ୍ଷାତକାରରେ ସେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ଅଭିନେତା ବିଜୟ ଦେବରକୋଣ୍ଡା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଧିକ ସକ୍ରିୟ ଥିଲେ ବି ତାଙ୍କର ପ୍ରଶଂସକ ସମଗ୍ର ଦେଶରେ ରହିଛନ୍ତି। ନିଜର ଲୁକ୍ ଓ ଅଭିନୟ ପାଇଁ ସେ ଇଣ୍ଟରନେଟ୍ ସେନସେସନ ପାଲଟିଛନ୍ତି। ବିଜୟ ଓ ଅନସୁୟା ଏକଦା ଭଲ ସାଙ୍ଗ ଥିଲେ। କିନ୍ତୁ ୨୦୧୭ ମସିହାରେ ସିନେମା ‘ଅର୍ଜୁନ ରେଡ୍ଡି’ ପରେ କୌଣସି ଏକ ଘଟଣାକୁ ନେଇ ଦୁହିଁଙ୍କ ବନ୍ଧୁତାରେ ପୁନଃଚ୍ଛେଦ ପଡ଼ିଯାଇଥିଲା।
ନିକଟରେ ଅନସୁୟା ଏକ ସାକ୍ଷାତକାରରେ କହିଛନ୍ତି କି, ‘ବିଜୟ ଦେବରକୋଣ୍ଡାଙ୍କ ପ୍ରଚାରକମାନେ ମୋତେ ଟ୍ରୋଲ କରିବା ପାଇଁ ଲୋକଙ୍କୁ ଟଙ୍କା ଦେଇଥିଲେ। ’
୨୦୧୯ରେ ବିଜୟ ଦେବରକୋଣ୍ଡାଙ୍କ ବାପା ‘ମିକୁ ମାଥରମେ ଚେପଥା’ର ନିର୍ମାଣ କରୁଥିଲେ। ସେ ମୋତେ ଏକ ଭୂମିକା ଦେଇଥିଲେ। ସବୁକିଛି ଠିକଠାକ ଥିଲା। ଏହାପରେ ବିଜୟଙ୍କ ଟିମ ମଧ୍ୟରୁ ଜଣେ ମୋତେ କହିଥିଲେ କି , ତାଙ୍କ ପ୍ରଚାରକ ମୋତେ ଗାଳି ଦେବା ପାଇଁ ଟ୍ରୋଲର୍ସଙ୍କୁ ଟଙ୍କା ଦେଇଥିଲେ। ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। କିଛି ସମୟ ପାଇଁ ସେକଥାକୁ ମୁଁ ବିଶ୍ବାସ କରି ପାରି ନଥିଲି। ପରେ ଏକଥା ବିଜୟ ବି ଜାଣିଥିଲେ ବୋଲି ମୁଁ ଜାଣିବାକୁ ପାଇଲି।’’
ତେବେ ଖୁବ ଶୀଘ୍ର ଅନସୁୟାଙ୍କୁ ‘ପୁଷ୍ପା ୨’ରେ ଦେଖିବାକୁ ମିଳିବ। ଏହି କ୍ରମରେ ଦେଖିବାକୁ ଗଲେ ବିଜୟଙ୍କୁ ସାମନ୍ଥାଙ୍କ ସହିତ ବଡ଼ ପରଦାରେ ଦେଖିବାକୁ ମିଳିବ। ଦୁହେଁ ଫିଲ୍ମ ‘ଖୁସୀ’ରେ କାମ କରିଥିବା ବେଳେ ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧ରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/14a6fd5a-72ec-4288-9e42-6666f3321941.jpg)