‘ପୁଷ୍ପା’ ଭାରତର ପ୍ରଥମ ଆଲବମ୍ ହୋଇ ୫ ବିଲିୟନ ଭ୍ୟୁରେ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ସମୃଦ୍ଧ ବିଷୟବସ୍ତୁ ଏବଂ ଚମତ୍କାର ଗୀତଗୁଡ଼ିକ ଦର୍ଶକଙ୍କୁ ଭେଟି ଦେବା ପରେ ଅଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ପାଇଁ ଏହା ଆଉ ଏକ ଯୋଗ୍ୟ ବିଜୟ ଆଣିଦେଲା। ସୋସିଆଲ ମିଡିଆରେ ଫିଲ୍ମର ନିର୍ମାତାମାନେ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଇଣ୍ଡିଆନ ସିନେମା ଆଇକନ୍ ଷ୍ଟାରର ସର୍ବ ବୃହତ ଫିଟ୍ @ ଅଲୁଅର୍ଜୁନ ଲାଇନ୍’ର ପୁଷ୍ପା ଦି ରାଇଜ୍ ହେଉଛି ପ୍ରଥମ ଆଲବମ୍, ଯାହା ୫ ବିଲିୟନ ଭ୍ୟୁକୁ ହିଟ୍ କରିଛି।’
ସିନେମାଟିଏ ଥିଏଟରକୁ ଆସିଲେ କିଛି ଗୀତ ଖ୍ୟାତି ଲାଭ କରେ ଏବଂ କିଛି ମାଟିରେ ମିଶେ। କିନ୍ତୁ ଅଲୁ ଅର୍ଜୁନଙ୍କ ‘ପୁଷ୍ପା’ର ପ୍ରତ୍ୟେକ ବିଭାଗକୁ ଦର୍ଶକ ଭଲ ପାଇଥିଲେ, ପ୍ରଶଂସା କରିଥିଲେ ଏବଂ ଉପଭୋଗ ବି କରିଥିଲେ। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମାର୍କେଟକୁ ଆସିବା ପରଠାରୁ ସମଗ୍ର ଦେଶରେ ଏହାକୁ ଏକ ପର୍ବ ଭଳି ପାଳନ କରାଗଲା। ଏହାର ପ୍ରତ୍ୟେକ ଗୀତ ଉପରେ ନୃତ୍ୟ ରହିଥିଲା। ‘ସାମି ସାମି’ଠାରୁ ‘ଆଇ ବିଦା ଇଦି ନା ଆଦା’ ଗୀତଗୁଡ଼ିକ ଦର୍ଶକଙ୍କ ଜିଭ ଅଗରେ ରହିଗଲା।
ପାଞ୍ଚ ବିଲିୟନ ଦର୍ଶକରେ ‘ପୁଷ୍ପା’ ପ୍ରଥମ ଭାରତୀୟ ଆଲବମ୍
/sambad/media/post_attachments/wp-content/uploads/2022/01/Pushpa-jan-elven-a_d_d_d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)