ନୂଆଦିଲ୍ଲୀ: ସିନେମା ‘ପୁଷ୍ପା’ର ଷ୍ଟାର ଅଲ୍ଲୁ ଅର୍ଜୁନ ଜଣେ ଆଗଧାଡ଼ିର ନାୟକ। ଅଲ୍ଲୁଙ୍କ ଅଭିନୀତ ଗୋଟିଏ ବି ସିନେମା ତାଙ୍କ ପ୍ରଶଂସକମାନେ ଦେଖିବାକୁ ଭୁଲନ୍ତି ନାହିଁ। ସବୁକାମକୁ ପଛରେ ପକାଇ ଅଲ୍ଲୁଙ୍କ ସିନେମା ଦେଖିବା ପାଇଁ ହଲରେ ହାଜର ହୋଇଯାଇଥାଆନ୍ତି। ଏହି କ୍ରମରେ ଖବର ଆସିଛି କି ଅଲ୍ଲୁଙ୍କ ୬ବର୍ଷର ଝିଅ ଆରହା ସିନେମାରେ ଡେବ୍ୟୁ କରିବେ, ତାହା ପୁଣି ଦକ୍ଷିଣର ଚର୍ଚ୍ଚିତ ଅଭିନେତ୍ରୀ ସାମନ୍ଥ ରୁଥ ପ୍ରଭୃଙ୍କ ସହିତ। ଏହି ସିନେମାର ନାମ ରହିଛି ‘ଶକୁନ୍ତଲାମ’। ତେବେ ଏହି ଖବର ଅଲ୍ଲୁ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ବେଶ ଖୁସିର ଖବର।

Advertisment

ଆରହା ସିନେମାରେ ଡେବ୍ୟୁ କରିବା ଖବର ସାମ୍ନାକୁ ଆସିବା ପରେ ଅଲ୍ଲୁ ଏକ ସାକ୍ଷାତକାରରେ ଝିଅର ସିନେମା ଡେବ୍ୟୁକୁ ନେଇ କରିଥିବା ଦାବିକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଅଲ୍ଲୁ ସାକ୍ଷାତକାରେ କହିଥିଲେ, ‘ଯେ ପର୍ଯ୍ୟନ୍ତ ମୋ ଝିଅର ପାଠପଢ଼ା ଶେଷ ହୋଇନାହିଁ ‌ସେ କୌଣସି ସିନେମାରେ କାମ କରିବ ନାହିଁ। ସେହି ସିନେମାଟି ଛୋଟ ହେଉ ଅବା ବଡ଼।’ ତେବେ ଏବେ ଝିଅ ସିନେମାରେ କାମ କରିବାକୁ ନେଇ ଖବର ଆସିବା ପରେ କିଛି ଲୋକ ଅଲ୍ଲୁ କାହିଁକି ପୂର୍ବରୁ ଏପରି ଦାବି କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ତେବେ ଅଲ୍ଲୁଙ୍କ ଝିଅଙ୍କୁ ଅଭିନୟ କରିବା ପାଇଁ ପାଠପଢ଼ା ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିନାହିଁ। ସେ ମାତ୍ର ୬ବର୍ଷ ବୟସରେ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଝିଅ ସିନେମାରେ ଅଭିନୟ କରିବାକୁ ନେଇ କେମିତି ଅନୁଭବ କରୁଛ ବୋଲି ଅଲ୍ଲୁଙ୍କୁ ପଚାରିବାରୁ ସେ କହିଥିଲେ, ‘ମୋ ଝିଅ ମୋ ପାଇଁ ବହୁତ କ୍ୟୁଟ, ମୁଁ ଜାଣିନାହିଁ ତାକୁ ଅନସ୍କ୍ରିନ ଦେଖିବା ପରେ ମୁଁ କିପରି ଅନୁଭବ କରିବି। ତାହା ସେହି ପରିସ୍ଥିତି ହିଁ କହିବ।’