ମାଲକାନଗିରି: ଅଲ୍ଲୁ ଅର୍ଜୁନ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା-୨’ ଆଜି ପ୍ରେକ୍ଷାଳୟରେ ରିଲଜ ହୋଇଛି। ଏହା ପୂର୍ବରୁ ସିନେମାର ସମସ୍ତ ଟିକଟ ବିକ୍ରି ସରିଯାଇଥିଲା। ଲୋକେ ଟିକଟ ପାଇଁ ବହୁ ଯୁକ୍ତତର୍କ ସହ ବ୍ଲାକରେ ମଧ୍ୟ ଅଧିକ ଟଙ୍କା ଦେଇ କିଣିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା।
ଏହି ଖବର ପଢ଼ନ୍ତୁ: ପୁଷ୍ପା-୨ର ମହଙ୍ଗା ଟିକେଟ ମୂଲ୍ୟ
ମାଲକାନଗିରି ଜିଲ୍ଲାରେ ଏହି ସିନେମାର କିଛି ଅଂଶ ସୁଟିଂ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ତେବେ ମାଲକାନଗିରିର କିଛି କଳାକାର ଏହି ସିନେମାରେ ଅଭିନୟ କରିଥିବାରୁ ସେମାନେ ମଧ୍ୟ ବହୁତ ଖୁସି ରହିଥିଲେ। କିନ୍ତୁ ସିନେମାରେ କେବଳ ମାଲକାନଗିରି ଜିଲ୍ଲାର ସୌନ୍ଦର୍ଯ୍ୟ ହିଁ ରହିଥିବା ବେଳେ ସ୍ଥାନୀୟ କଳାକାରଙ୍କର ଗୋଟିଏ ବି ସିନ ନଥିବାରୁ ସେମାନେ ନିରାଶ ହୋଇଥିଲେ। ସିନେମା ଭଲ ଥିବା କଥା ସ୍ଥାନୀୟ ଲୋକେ କହିଥିଲେ। ଏଥିସହ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନର ସିନ ରହିଥିବାରୁ ଆହୁରି ଖୁସି ଲାଗିଲା ବୋଲି କହିଥିଲେ। ଆସନ୍ତା କିଛି ଦିନ ପାଇଁ ଟିକଟ ନଥିବା ଦେଖିବାକୁ ମିଳିଥିଲା।
ଏହି ପାଠ ପଢ଼ନ୍ତୁ: ପୁଷ୍ପା-୨ ଦେଖିବାକୁ ଯାଇଥିବା ମହିଳାଙ୍କ ମୃତ୍ୟୁ
ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା-୧ ରିଲିଜ ହେବାର ପାଖାପାଖି ୩ବର୍ଷ ପରେ ଫେରିଥିବା ପୁଷ୍ପାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅଦ୍ଭୁତ ପ୍ରକାର କ୍ରେଜ ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ଟାଇମକୁ ନେଇ ଦେଖା ଦେଇଛି ବିବାଦ
ସିନେମା ହଲର ଚାରିପଟେ ସ୍ଥାନୀୟ କଳାର ଫ୍ଲାକ୍ସ ଲଗାଇ ନିଜକୁ ସିନେମାରେ ସ୍ଥାନ ପାଇଥିବା କଥା ଦର୍ଶକଙ୍କୁ ଅବଗତ କରାଇଥିଲେ ମଧ୍ୟ ଦର୍ଶକ ସେମାନଙ୍କୁ ସିନେମାର ନପାଇ ମଧ୍ୟ ନିରାଶ ହୋଇଥିଲେ। ସିନେମା ପ୍ରଯୋଜକ ସ୍ଥାନୀୟ କଳାକାରଙ୍କୁ ଅଭିନୟ କରାଇଥିଲେ ମଧ୍ୟ ପରେ ଏଡିଟ୍ କରାଯାଇଥିବା ଜଣାପଡିଛି। ତେବେ ସେ ଯାହା ହେଉ କିନ୍ତୁ ମାଲକାନଗିରି ଜିଲ୍ଲାର ସିନଗୁଡିକ ସ୍ଥାନ ପାଇଥିବାରୁ ଲୋକଙ୍କ ଖୁସି କହିଲେ ନସରେ।
ଏହି ଖବର ପଢ଼ନ୍ତୁ: ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ
'ପୁଷ୍ପା-୨' ରିଲିଜ ପୂର୍ବରୂ ୧୨୫କୋଟି ଟଙ୍କା ରୋଜଗାର କରିସାରିଛି। ଏଥିସହିତ ରିଲିଜର ପ୍ରଥମଦିନରେ ଏହା ୨୫୦କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ଏହି କ୍ରମରେ ସିନେମା ଟିକେଟ ମୂଲ୍ୟକୁ ନେଇ କନ୍ନଡ ଚଳଚ୍ଚିତ୍ର ନିର୍ମାତା ସଂଘ ବେଙ୍ଗାଲୁରୁ ଜିଲ୍ଲା କମିସନରଙ୍କୁ ଏକ ଚିଠି ଲେଖିଛନ୍ତି। 'ପୁଷ୍ପା-୨' ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ୫୦୦, ୧୦୦୦ ଏବଂ ୧୫୦୦ ଟଙ୍କା ରଖାଯାଇଛି।