ନୂଆଦିଲ୍ଲୀ: ‘ଜି ଟିଭି’ରେ ପ୍ରସାରିତ ହେଉଥିବା ‘କବୁଲ୍ ହେ’ରେ ଜୋୟା ଚରିତ୍ର ନିଭାଇଥିବା ସୁରଭୀ ଜ୍ୟୋତିଙ୍କୁ ତ ଆପଣ ଜାଣନ୍ତି। ସେ ଏବେ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ହସ୍ତଗତ ହୋଇଛି। ୨୦୨୪ ବର୍ଷ ଆରମ୍ଭ ହେଉ ହେଉ ଜଣେ ପରେ ଜଣେ ସେଲିବ୍ରିଟି ବିବାହ ପାଇଁ ନିଜକୁ ପ୍ରସ୍ତୁତ ହେଉଛନ୍ତି। ଏବେ ଏହି ତାଲିକାରେ ସୁରଭୀ ମଧ୍ୟ ନିଜ ନାମ ଯୋଡ଼ିଛନ୍ତି।
ନିକଟରେ ଆମୀର ଖାନଙ୍କ ଝିଅ ଇରା ଖାନ ବିବାହ କରିଥିବା ବେଳେ ଅଭିନେତ୍ରୀ ରାକୁଲପ୍ରୀତଙ୍କ ବିବାହ ଖବର ମଧ୍ୟ ହସ୍ତଗତ ହୋଇଛି। ବର୍ତ୍ତମାନ ପ୍ରଶଂସକଙ୍କ ପ୍ରିୟ ଜୋୟାଙ୍କ ବିବାହ ଖବର ସଭିଙ୍କ ଉତ୍ସାହ ବଢ଼ାଇଛି। ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ କେବେ ଏବଂ କାହାକୁ ବିବାହ କରିବାକୁ ଯାଉଛନ୍ତି।
ଜାଣିବାକୁ ମିଳିଛି ଯେ ଅଭିନେତା ସୁମିତ ସୁରିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସୁରଭୀ। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଏହା ଏକ ବଡ଼ ଧରଣର ବିବାହ ହେବ। ମାର୍ଚ ୬ କିମ୍ବା ୭ ତାରିଖରେ ବିବାହ ହେବାର ସମ୍ଭାବନା ରହିଛି। ବିବାହ ପାଇଁ ସୁରଭୀ ତାଙ୍କର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ବିବାହ ଉତ୍ତର ଭାରତୀୟ ପରମ୍ପରା ଅନୁଯାୟୀ ହେବ ବୋଲି ଖବର ରହିଛି। ଯେଉଁଥିରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗଦେବେ। ତଥାପି ଅଭିନେତ୍ରୀ ଏହି ଖବରକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି। ସେ ଏବେ ଆମେରିକାରେ ଅଛନ୍ତି।
‘ଦି ଟେଷ୍ଟ କେସ୍’ ଏବଂ ‘ହୋମ୍’ ପରି ଓଟିଟି ସୋ’ରେ କାମ କରିଥିବା ଅଭିନେତା ସୁମିତଳ ସୁରଭୀଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ କାମ କରିଛନ୍ତି। ସେବେଠାରୁ ଉଭୟ ଏକ ସଂପର୍କରେ ଅଛନ୍ତି। ତେବେ, ଯେତେବେଳେ ୨୦୧୮ ମସିହାରେ ସୁମିତଙ୍କୁ ସୁରଭୀଙ୍କୁ ଡେଟିଂ କରିବାର ପ୍ରଶ୍ନ ପଚରାଯାଇଥିଲା, ସେମାନେ ଏହା ଉପରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇ ପରସ୍ପରକୁ ବନ୍ଧୁ ବୋଲି କହିଥିଲେ।