ଆସୁଛି ଜୟଲଳିତାଙ୍କ ଜୀବନୀ ଆଧାରିତ ୱେବ ସିରିଜ ‘କୁଇନ’

ମୁମ୍ବାଇ: ନୂଆ ୱେବ ସିରିଜ ‘କୁଇନ ’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ୱେବ ସିରିଜରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଂବଗତ ଜୟଲଳିତାଙ୍କ କଥା ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଅମ୍ମାଙ୍କ ଜୀବନୀକୁ ଦର୍ଶକ ଛୋଟ ପରଦାରେ ଦେଖିବାକୁ ପାଇବେ । ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ୱେବ ସିରିଜ ‘କୁଇନ’ ।

Image Source-Dailyhunt

ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ରମୈୟା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସେ ଜୟଲଳିତାଙ୍କ  ଅଭିନୟ ଓ ରାଜନୀତି ଜୀବନକୁ ପରଦାରେ ନିଖୁଣଭାବେ ଉପସ୍ଥାପନ କରିଛନ୍ତି । ଟ୍ରେଲରରେ ଅମ୍ମାଙ୍କ ପିଲାଦିନଠୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଜୀବନୀକୁ ସ୍ଥାନ ଦିଆଯାଇଛି । ଗୌତମ ବାସୁଦେବ ମେନନ୍ ଓ ପ୍ରଶାଥ ମୁରଗସେନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି କୁଇନ । ଏହି ୱେବ ସିରିଜର ମୋଟ ୧୧ଟି ଏପିସୋଡ ପ୍ରସାରଣ କରାଯିବ ।

ଡିସେମ୍ବର ୧୪ରୁ କୁଇନର ପ୍ରସାରଣ ଏମଏକ୍ସ ପ୍ଲେୟାରରେ ଆରମ୍ଭ ହେବାକୁ ଯାଉଛି । ତେଲୁଗୁ,ତାମିଲ,ହିନ୍ଦୀ ଓ ବଙ୍ଗଳା ଭାଷାରେ ୱେବ ସିରିଜର ପ୍ରସାରଣ କରାଯିବ । ଟ୍ରେଲର ରିଲିଜ ପରେ କୁଇନକୁ ନେଇ ବେଶ ଚର୍ଚ୍ଚା ଚାଲିଛି ।

ସମ୍ବନ୍ଧିତ ଖବର