‘କୁଇନ୍’ର ହେବ ଚାରିଟି ଭାଷାରେ ରିମେକ୍, ଜାଣନ୍ତୁ କେଉଁମାନେ ଏଥିରେ କାମ କରୁଛନ୍ତି
ଆକ୍ଟ୍ରେସ୍ ଓ ହୋଷ୍ଟ୍ ଶିବାନୀ ଦାଣ୍ଡେକର ୨୦୧୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ କୁଇନ୍’ର ତେଲୁଗୁ ଓ ମାଲାୟାଲାମ୍ ରିମେକ୍ କଙ୍ଗନା ରାନୌତ୍ଙ୍କ ସାଙ୍ଗ ବିଜୟ ଲକ୍ଷ୍ମୀ ଚରିତ୍ର ନିଭାଇବେ । ବିକାଶ ବହଲ ଙ୍କ ଏହି ଡ୍ରାମା କମେଡିରେ ଉକ୍ତ ଭୂମିକାଟି ନିଭାଇ ଲିସା ହେଡେନ୍ ଚର୍ଚ୍ଚିତା ହୋଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟଯେ କଙ୍ଗନା ରାନୌତ୍ଙ୍କ ସୁପରହିଟ୍ ‘ କୁଇନ୍’ ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲାମ୍ ଅର୍ଥାତ୍ ଦକ୍ଷିଣ ଭାରତର ୪ ଟି ପ୍ରମୁଖ ଭାଷାରେ ରିମେକ୍ ହେଉଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଉକ୍ତ ଚାରିଟି ଭର୍ସନରେ ଆମି ଜାକସନ୍ ବିଜୟ ଲକ୍ଷ୍ମୀ ଭୂମିକାରେ ଅଭିନୟ କରିବେ । କିନ୍ତୁ ଆମିଙ୍କ ହାତରେ ସମୟ ନଥିବା ହେତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଫିଲ୍ମର ତାମିଲ୍ ଓ କନ୍ନଡ ରିମେକରେ ଏଲି ଅବରାମ୍ ନଜର ଆସିବେ । ଏଲି ଅବରାମ୍ ‘ ମିକି ଭାଇରସ’ ଜରିଆରେ ବଲିଉଡ୍ରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ‘ ପୋଷ୍ଟର ବୟେଜ୍’ ସିନେମାରେ ମଧ୍ୟ ଆଇଟମ୍ ନମ୍ବରରେ ନଜର ଆସିଥିଲେ ଏଲି ଅବରାମ୍ । ଖାଲି ସେତିକି ନୁହେଁ ସେ କପିଲ ଶର୍ମାଙ୍କ ସହିତ ଅବ୍ବାସ -ମସ୍ତାନଙ୍କ ନର୍ଦ୍ଦେଶିତ ଫିଲ୍ମ ‘ କିସ୍ କିସ୍ କୋ ପ୍ୟାର୍ କରୁଁ’ ରେ ମଧ୍ୟ କାମ କରିଥିଲେ । ସେ ସ୍ୱିଡେନ୍ ର ବାସିନ୍ଦା ।
‘ କୁଇନ୍’ ର ରିମେକ୍ ନିର୍ମାଣ କରୁଥିବା ପ୍ରଯୋଜନା ସଂସ୍ଥା ଏହାର ପ୍ରଥମ ସିଡ୍ୟୁଲ୍ ସୁଟିଂ ତମନ୍ନା ଭାଟିଆ, କାଜଲ ଅଗ୍ରଓ୍ଵାଲ, ମଂଜିମା ମୋହନ ଓ ପାରୁଲ ଯାଦବଙ୍କ ସହିତ ଫ୍ରାନ୍ସ ରେ ଆରମ୍ଭ କରିବେ । ଏହି ଚାରିଜଣ ଦକ୍ଷିଣ ଭାରତୀୟ ନାୟିକା ଭିନ୍ନ ଭିନ୍ନ ଭାଷାରେ ନିର୍ମିତ ‘କୁଇନ୍’ ରିମେକ୍ରେ କଙ୍ଗନାଙ୍କ ଭୂମିକା ନିଭାଇବେ । ଏହି ଫିଲ୍ମର ସୁଟିଂ ବିଦେଶୀ ଲୋକେସନ ସହିତ ଦକ୍ଷିଣ ଭାରତରେ ବି କରାଯିବ ବୋଲି ସୂଚନା ମିଳିଛି ।