ମୁମ୍ବାଇ: ଟିଭି ରିଅଲିଟି ସୋ ’କୌନ ବନେଗା କରୋଡ଼ପତି ସିଜନ ୧୪ ର ଏକ ଏପିସୋଡକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ଏହି ଶୋ’ରେ ଅମିତାଭ ବଚ୍ଚନ ଦିବଂଗତ ରାଜୁ ଶ୍ରୀବାସ୍ତବଙ୍କ ସହ ଜଡିତ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ। ଏହା ପରେ ପରିବାର ସୋସିଆଲ ମିଡିଆରେ ବିଗ୍ ବିଙ୍କୁ କୃତଜ୍ଞତା ଜଣାଇଛନ୍ତି। କେବିସିରେ ଅମିତାଭ ବଚ୍ଚନ ଏକ ପ୍ରଶ୍ନ ପଚାରିଥିଲେ, “ଆମେ ହାସ୍ୟ ଅଭିନେତା ସତ୍ୟ ପ୍ରକାଶ ଶ୍ରୀବାସ୍ତବଙ୍କୁ କେଉଁ ନାମରେ ଜାଣିଥାଉ, ଯାହାଙ୍କର ୨୦୨୨ ସେପ୍ଟେମ୍ବରରେ ଦେହାନ୍ତ ହୋଇଥିଲା’ |
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରଶ୍ନର ଅପସନ ଭାବରେ ସେ ଯେଉଁ ୪ଟି ଅପସନ ରଖିଥିଲେ ସେଗୁଡିକ ହେଲା ଭାନୁ ଶ୍ରୀବାସ୍ତବ, ରାହୁଲ ଶ୍ରୀବାସ୍ତବ, ରାଜୁ ଶ୍ରୀବାସ୍ତବ ଓ ଅତୁଲ ଶ୍ରୀବାସ୍ତବ | ଏହି ପ୍ରଶ୍ନ ଦେଖି ରାଜୁ ଶ୍ରୀବାସ୍ତବଙ୍କ ପରିବାର ବିଗ୍ ବିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, “ଗତ ସପ୍ତାହରେ ଲୋକପ୍ରିୟ ଶୋ କେବିସିରେ ଏକ ପ୍ରଶ୍ନ ମାଧ୍ୟମରେ ରାଜୁ ଶ୍ରୀବାସ୍ତବଙ୍କ ପ୍ରତି ପ୍ରେମ ଏବଂ ଆଶୀର୍ବାଦ ପ୍ରଦର୍ଶନ କରିଥିବାରୁ ଆମେ ଅମିତାଭ ବଚନଙ୍କୁ ଧନ୍ୟବାଦ ଦେଉଛୁ। ଉଲ୍ଲେଖ ଥାଉ କି ଟିଭି ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାରକା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ହୃଦ୍ଘାତ ହୋଇଥିଲା।
ତାଙ୍କୁ ଅଗଷ୍ଟ ୧୦ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଜିମରେ ରାଜୁ ଶ୍ରୀବାସ୍ତବଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ବେହୋସ ହୋଇଯାଇଥିଲେ | ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ୧୧ ଜଣ ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ଚିକିତ୍ସା କରୁଥିଲେ। ତେବେ ପ୍ରାୟ ୨୮ ଦିନ ହସ୍ପିଟାଲରେ ରହିବା ପରେ ସେ ଆଖି ବୁଜିଦେଇଥିଲେ |