କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟ୍ କ୍ୟାରିୟର୍ ପ୍ରାରମ୍ଭରେ ତାମିଲ୍ ଅଭିନେତ୍ରୀ ରାଇ ଲକ୍ଷ୍ମୀଙ୍କ ନାଁ ଯୋଡ଼ି ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଗଣମାଧ୍ୟମରେ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଥିଲା। ୨୦୦୯ରେ ନିଜ ଭୁଲ୍ ପାଇଁ ଧୋନିଙ୍କ ସହ ତାଙ୍କର ବିଚ୍ଛେଦ ହୋଇଥିଲା ବୋଲି ଲକ୍ଷ୍ମୀ ଗଣମାଧ୍ୟମରେ ସ୍ବୀକାର ମଧ୍ୟ କରିଥିଲେ। ତେବେ ନିକଟରେ ସାମାଜିକ ଗଣମାଧ୍ୟମରେ ଲକ୍ଷ୍ମୀ ଏକ ପୋଷ୍ଟ୍ରେ ଆଗାମୀ ଏପ୍ରିଲ୍ ୨୭ରେ ତାଙ୍କ ନିର୍ବନ୍ଧ ହେଉଥିବା ସଂପର୍କରେ ସୂଚନା ଦେଇଛନ୍ତି। ସବୁ କିଛି ହଠାତ୍ ହୋଇଥିବା ବେଳେ ପରିବାରର ସମର୍ଥନରେ ଏହି ବିବାହ ସ୍ଥିର ହୋଇଛି ବୋଲି ସେ ସେଥିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଲକ୍ଷ୍ମୀଙ୍କ ସହ ସଂପର୍କକୁ ନେଇ ଧୋନି କେବେ ମୁହଁ ଖୋଲି ନାହାନ୍ତି।
ବାହା ହେବେ ରାଇ ଲକ୍ଷ୍ମୀ
/sambad/media/post_attachments/wp-content/uploads/2021/04/raai-laxmi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)