ଦେହରେ ବୋମା ଖଞ୍ଜି ମୋଦୀଙ୍କୁ ଧମକ ଦେଇଥିବା ପାକିସ୍ତାନୀ ଗାୟିକାଙ୍କ ନଗ୍ନ ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପୂର୍ବରୁ ନିଜର ଅଜବ ଅଜବ କାମ ପାଇଁ ବିବାଦରେ ରହି ଆସିଥିବା ପାକିସ୍ତାନୀ ଗାୟିକା ରବି ପୀରଜାଦା ଏବେ ପୁଣି ବିବାଦରେ । କିଛି ଦିନ ତଳେ ନିଜ ଶରୀରରେ ବୋମା ଖଞ୍ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଥିବା ରବିଙ୍କର ଏକ  ନଗ୍ନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଟୁଇଟ୍‌ରରେ ନିଜର ଫଟୋ ସେୟାର କରି ରବି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଇଥିଲେ । ସେୟାର କରିଥିବା ଫଟୋରେ ସେ ନିଜ ଶରୀରରେ ବୋମା ଥିବା ଜ୍ୟାକେଟ୍‌ ପିନ୍ଧିଥିବାର ଦେଖାଯାଇଥିଲା । ତାଙ୍କର ଏଭଳି କାମ ପାଇଁ ଲୋକେ ତାଙ୍କୁ ଟୁଇଟ୍‌ରରେ ଟ୍ରୋଲ କରିଥିବା ବେଳେ ତାଙ୍କର ନଗ୍ନ ଭିଡିଓ ଏବେ ପୁଣି ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

Image result for rabi-pirzada-nude-pictures-videos-goes-viral
Free Press Journal

ତେବେ ମୋଦୀଙ୍କ ପାଇଁ ରବିଙ୍କୁ ଟ୍ରୋଲ କରାଯାଇଥିବା ବେଳେ ତାଙ୍କର ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ସମର୍ଥନ ଜଣାଉଥିବା ଦେଖାଯାଇଛି । ଭିଡିଓକୁ ସେୟାର ନ କରିବା ପାଇଁ ସୋସିଆଲ ମିଡିଆରେ ଲୋକେ ଅନୁରୋଧ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର