ଅକ୍ଷୟ କୁମାରଙ୍କ ପାଇଁ ନୁହେଁ, ଏହି ଅଭିନେତାଙ୍କ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ରବିନା ଟଣ୍ଡନ

ମୁମ୍ବାଇ : ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇ ସୁପରଷ୍ଟାର ପାଲଟିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ। ବିଭିନ୍ନ କଳାକାରଙ୍କ ସହ ତାଙ୍କ ଯୋଡ଼ି ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଏକ ସମୟରେ ତାଙ୍କ ଅଭିନୟର ଯାଦୁ ସମସ୍ତଙ୍କୁ ମୁଗ୍ଧ କରିିଥିଲା । ବିଭିନ୍ନ ଅଭିନେତାଙ୍କ ସହ ସେ ଫିଲ୍ମରେ ରୋମାନ୍ସ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସେ ସତରେ ନିଜ ମନ ଦେଇ ବସିଥିଲେ ବୋଲି କୁହାଯାଏ । ଅଭିନେତା ଅକ୍ଷୟ କୁମାରଙ୍କ ସହ ତାଙ୍କ ନାମ ଅନେକ ଥର ଯୋଡ଼ା ଯାଇଥିଲେ ମଧ୍ୟ ଫିଲ୍ମ ‘ଦିଲ୍‌ଓ୍ଵାଲେ’ର ସୁଟିଂ ସମୟରେ ତାଙ୍କ ମନ ଅଜୟ ଦେବଗନ୍‌ଙ୍କ ପ୍ରତି ଢଳିଥିଲା ।

FilmiBeat

ଫିଲ୍ମ ସମୟରେ ଦୁହିଁଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କିନ୍ତୁ ଅଜୟ ଦେବଗନ୍‌ କରିସ୍ମା କପୁରଙ୍କ ସହ ଫିଲ୍ମ ‘ଜିଗର’ କାମ କରିବା ପରେ ଅଜୟ ଏବଂ କରିସ୍ମାଙ୍କ ମଧ୍ୟରେ ପ୍ରେମ ସଂପର୍କରେ ରହିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯାହା ବିଷୟରେ ଜାଣି ରବିନା ଭାଙ୍ଗି ପଡ଼ିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଶୁଣାଯାଏ।

ସମ୍ବନ୍ଧିତ ଖବର