ନୂଆଦିଲ୍ଲୀ: ସୁପରଷ୍ଟାର ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ଯକୌଣସି ସାକ୍ଷାତକାରରେ ଯୋଗ ଦିଅନ୍ତୁ ନା କାହିଁକି ସେ ନିଜର ମନର ଭାବନାକୁ ଖୋଲାଖୋଲି ଆଲୋଚନା କରିଥାଆନ୍ତି।
ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ସୁନୀତା ଅହୁଜା କହିଛନ୍ତି, ‘ ଗୋବିନ୍ଦା ତାଙ୍କ ଜୀବନରେ କାମକୁ ନେଇ ଖୁବ ଯତ୍ନଶୀଳ। ସେ କାମ ପାଇଁ ବହୁତ ବ୍ୟସ୍ତରେ ଥାଆନ୍ତି। ପରିବାରଲୋକ ବି ତାଙ୍କୁ ଭେଟିବାର ସୁଯୋଗ ପାଆନ୍ତି ନାହିଁ।
କାମ ସାରି ଗୋବିନ୍ଦା ଘରକୁ ଫେରନ୍ତି ଆଉ ଶୋଇ ଯାଇଆନ୍ତି। ମୁଁ ତାଙ୍କ ସହ କଥାବି ହେବାପାଇଁ ବି ସମୟ ପାଏ ନାହିଁ। ଯେତେବେଳେ ଟିନା ଜନ୍ମ ହେଲା। ମୁଁ ଛୁଆକୁ ନେଇ ବ୍ୟସ୍ତରେ ରହିଲି। ତେଣୁ ଏହା ମୋ ଉପରେ ବିଶେଷ କିଛି ପ୍ରଭାବ ପକାଇ ନଥିଲା ।
ଗୋବିନ୍ଦା ୯୦ଦଶକରେ ଅନେକ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ସହ କାମ କରିଛନ୍ତି। ସେ ସମୟରେ ରବିନା ଟଣ୍ଡନ ମୋ ସ୍ବାମୀ ତଥା ସୁପରଷ୍ଟାର ଗୋବିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଗୋବିନ୍ଦାଙ୍କ ସହିତ ମୋର ବିବାହ ଯୋଜନାବଦ୍ଧ ଭାବେ ନୁହେଁ ହଠାତ ହୋଇଯାଇଥିଲା। ଆଜି ବି ରବିନା ଗୋବନ୍ଦାଙ୍କୁ ମଜାରେ କହନ୍ତି, ‘ଯଦି ସେ ପ୍ରଥମେ ରବିନାଙ୍କୁ ଭେଟି ଥାଆନ୍ତେ ସେ ତାଙ୍କୁ ହିଁ ବିବାହ କରିଥାଆନ୍ତେ।’