ବଲିଉଡ୍ରେ ଥ୍ରିଲର୍ ମାଷ୍ଟର କୁହାଯାଉଥିବା ନିର୍ଦ୍ଦେଶକ ମନୀଷ ଗୁପ୍ତା ଏବେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ନେଇ ଏକ ଥ୍ରିଲର୍ ମୁଭି ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ରବିନା ଆଉ ନାୟିକା ନୁହେଁ, ଖଳନାୟିକା ଭୂମିକାରେ ଅବତୀର୍ଣ୍ଣ ହେବେ। ପୂର୍ବରୁ ମନୀଷ ଷ୍ଟୋନ୍ମ୍ୟାନ୍ ମଡର୍ସ, ହଷ୍ଟେଲ୍ ଓ ରହସ୍ୟ ଭଳି ଥ୍ରିଲର୍ ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି।
ବଲିଉଡ୍ ମୁଭି ‘ପଥର କେ ଫୁଲ’ ଜରିଆରେ ରବିନା ବଡ଼ ପରଦାରେ ପ୍ରବେଶ କରିଥିଲେ। ପ୍ରଥମ ସିନେମାରୁ ସେ ଫିଲ୍ମ ଫେୟାର୍ ପୁରସ୍କାର ହାତେଇ ନେଇଥିଲେ। ପରେ ‘ଲାଡଲା’ ଓ ‘ମେ ଖିଲାଡି ତୁ ଅନାଡି’ ଫିଲ୍ମ ପାଇଁ ଦୁଇଥର ଫିଲ୍ମ ଫେୟାର୍ ଓ ‘ଦାମନ’ ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅକ୍ତିଆର କରିଥିଲେ। ପରେ ଜମାନେ ସେ କ୍ୟା ଡରନା, ଇନ୍ସାନିୟତ୍, ଇମ୍ତିହାନ, ଅନ୍ଦାଜ ଅପନା ଅପନା, ମୋହରା, ଖିଲାଡିଓଁ କା ଖିଲାଡି, ରକ୍ଷକ, ଗୁଲାମ-ଏ-ମୁସ୍ତାଫା, ଘରୱାଲି ବାହାରୱାଲି, ବଡେ ମିଆଁ ଛୋଟେ ମିଆଁ, ଜଙ୍ଗ୍, ବୁଲନ୍ଦୀ, ସତ୍ତା, ଏଲ୍ଓସି କାରଗିଲ୍, ପେହଚାନ, ସ୍ୟାଣ୍ଡୱିଚ୍ ଆଦି ରବିନା ଅଭିନୀତ ଚଳଚ୍ଚିତ୍ର ଦର୍ଶକଙ୍କୁ ଭରପୂର ମନୋରଂଜନ ଦେଇଛି।
ରବିନାଙ୍କ ଅଭିନୀତ ‘କେ.ଜି.ଏଫ୍. ଚାପ୍ଟର-୨’ ଖୁବ୍ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ରବିନାଙ୍କ ପାଇଁ ଖଳନାୟିକା ସାଜିବା କିଛି ବିଚିତ୍ର କଥା ହେବ ନାହିଁ। ବରଂ ଖଳନାୟିକା ଭୂମିକାରେ ସେ କ’ଣ କରିଦେଖାଉଛନ୍ତି, ତାହା ଦର୍ଶକଙ୍କ ପାଇଁ ଉତ୍କଣ୍ଠା ସୃଷ୍ଟି କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Raveena-Tandon-1.jpg)