ଜାଣନ୍ତୁ ସଲମାନ୍‌ ଖାନଙ୍କ ‘ରେସ୍-୩’ର ତଗଡ଼ା ଷ୍ଟାର୍ କାଷ୍ଟ୍ ସଂପର୍କରେ

ମୁମ୍ବାଇ:ଏବେ ସଲମାନ୍‌ ଖାନଙ୍କ ଅପକମିଂ ମୁଭି ‘ରେସ୍-୩’କୁ ନେଇ ଚର୍ଚ୍ଚା ଚାଲିଛି ଯେ ଏହା ବି ଧମାଲ୍ କରିବ । ଏହାର ଷ୍ଟାର୍ କାଷ୍ଟ୍ ବି ଲମ୍ବା ହେବାରେ ଲାଗିଛି। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ରେମୋ ଡିସୁଜା। ଏଥିରେ ସଲମାନ୍ ଖାନ,ଜାକଲିନ୍ ଫର୍ଣ୍ଣାଣ୍ଡିଜ୍,ବବି ଦେଓଲ୍,.ସେଫ୍ ଅଲୀ ଖାନ୍ ,ସାକିବ୍ ସଲୀମ୍  ,ଆଦିତ ପାଞ୍ଚୋଲୀ,ଡେଜି ଶାହା,ଅନୀଲ କପୁର,ପୂଜା ହେଗଡେ ଏବଂ ଫ୍ରେଡି ହାରୁଓ୍ଵାଲ୍‌ ପ୍ରମୁଖଙ୍କୁ ଚୁକ୍ତିବଦ୍ଧ କରାଯାଇଛିି। ଏହା ଛଡ଼ା ଏଥିରେ କାଟ୍ରିନା କୈଫ୍‌ ଏବଂ ନର୍ଗୀସ୍‌ ଫାକ୍ରିଙ୍କର ଆଇଟମ୍‌ ନମ୍ବର ବି ରହିବ।

photo- youtube

ସିନେମାର ନିର୍ମାତା ରମେଶ ତୌରାନୀ‘ରେସ୍-୩’କୁ  ଭବ୍ୟ ଢ଼ଙ୍ଗରେ ପେଶ୍‌ କରିବାଲାଗି ଯୋଜନା କରିଛନ୍ତି। ଖୁବ୍‌ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ। ଏହାପରେ ସଲମାନ୍‌ ‘ଦବଙ୍ଗ-୩’ ଏବଂ ‘ଭାରତ’ର ସୁଟିଂରେ ଯୋଗ ଦେବେ ବୋଲି ଜଣାଯାଇଛି। ପ୍ରଯୋଜକ ସଲମାନଙ୍କ କଥାକୁ ଗୁରୁତ୍ୱ ଦେଉଥିବା ହେତୁ ତାଙ୍କ ପସନ୍ଦର କଳାକାରଙ୍କୁ ଏଥିରେ ନିଆଯାଉଥିବା ଜଣାଯାଇଛି। ଆହୁରି ମଧ୍ୟ କୁହାଯାଉଛି ଯେ  ସଲମାନଙ୍କ ପ୍ରରୋଚନାରେ ଏଥିରୁ ପୂର୍ବ ସିନେମା ‘ରେସ୍‌’ ଏବଂ ‘ରେସ୍‌-୨’ର ନିର୍ଦ୍ଦେଶନା ଦେଇଥିବା ଅବବାସ୍‌-ମସ୍ତାନ୍‌ଙ୍କ ଜାଗାରେ ରେମୋ ଡିସୁଜାଙ୍କୁ ନିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ‘ରେସ୍-୩’ରେ ଅମତାଭ ବଚ୍ଚନଙ୍କୁ ନେବାଲାଗି ପ୍ରୟାସ କରାଯାଇଥିଲା ହେଲେ ସେ ରାଜି ହୋଇ ନଥିଲେ।

ସମ୍ବନ୍ଧିତ ଖବର