ମୁମ୍ବାଇ: ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କ ଅଭିନୀତ ‘ରେସ୍ ଥ୍ରି’ ପ୍ରଥମ ତିନି ଦିନରେ ଶହେ କୋଟି କ୍ଲବରେ ସାମିଲ ହୋଇଥିବା ଜଣାଯାଇଛି। ଏହା ଗତ ୧୫ ତାରିଖରେ ରିଲିଜ୍ ହୋଇଥିଲା। ପ୍ରଥମ ଦିନ ‘ରେସ୍ ଥ୍ରି’ ୨୯.୧୭ କୋଟିର ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନ ଏହା ୩୮.୧୪ କୋଟି ଏବଂ ତୃତୀୟ ଦିନ ୩୯.୧୬ କୋଟ ଟଙ୍କାର ବ୍ୟବସାୟ କରିଥିଲା ।ଏପରିଭାବେ ଏହି ସିନେମା ମାତ୍ର ତିନି ଦିନଭିତରେ ମୋଟ୍ ୧୦୬ କୋଟି ୪୭ ଲକ୍ଷ ଟଙ୍କାର ଆୟ କରିଛି। ଏହାକୁ ଏ ବର୍ଷର ଦ୍ୱିତୀୟ ସର୍ବାଧିକ ଉଇକେଣ୍ଡ କଲେକସନ୍ ବୋଲି କୁହାଯାଉଛି।
‘ରେସ୍ ଥ୍ରି’ ଏକ ମଲଟିଷ୍ଟାରର୍ ସିନେମା। ଏଥିରେ ସଲମାନଙ୍କ ବ୍ୟତୀତ ଅନୀଲ କପୁର, ବବିି ଦେଓଲ, ସାକିବ୍ ସଲିମ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ଡେଜି ଇରାନି ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଏକ ଜବରଦସ୍ତ ଆକସନ୍ ଫିଲ୍ମ। ଏହାକୁ ସମୀକ୍ଷକମାନେ ବିଶେଷ ପସନ୍ଦ କରି ନଥିଲେ ବି ଏହା ସୁପରହିଟ୍ ହୋଇଛି। କାରଣ ୧୨୦ କୋଟି ବଜେଟରେ ତିଆରି ହୋଇଥିବା ‘ରେସ୍ ଥ୍ରି’ ର ସାଟେଲାଇଟ୍ ରାଇଟ୍ ୧୩୦ କୋଟିରେ ବିକ୍ରି ହୋଇଛି।