ମୁମ୍ବାଇ : ବଲିଉଡର ଟାଇଗର ସଲମାନ ଖାନ କିଛି ଦିନ ପୂର୍ବେ ଯୋଧପୁରରେ ଚାଲିଥିବା ତାଙ୍କ ମାମଲାର ଶୁଣାଣି ପାଇଁ ର୍କୋଟରେ ହାଜର ହୋଇଥିଲେ । ଘଟଣାଚକ୍ରରେ ସେ ଦିନ କୋର୍ଟକୁ ଆସିଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇ ତାଙ୍କୁ ହତ୍ୟ ଧମକ ଦେଇଥିଲା । ପରେ ସଲମାନଙ୍କୁ ଯୋଧପୁର କୋର୍ଟରୁ କଡ଼ା ସୁରକ୍ଷାର ସହ ମୁମ୍ବାଇକୁ ଅଣାଯାଇଥିଲା ।

Advertisment

publive-image indianexpress

ତେବେ ମଙ୍ଗଳବାର ଦିନ ସଲମାନ ଫିଲ୍ମସିଟି ଷ୍ଟୁଡିଓରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରେସ-୩’ର ସୁଟିଂ କରୁଥିଲେ । ଠିକ ସେହି ସମୟରେ ଏକ ଡ଼ର୍ଜନରୁ ଅଧିକ ପୁଲିସ କର୍ମଚାରୀ ସେଟ୍‌ରେ ପହଞ୍ଚି ଚଳଚ୍ଚିତ୍ରର ପ୍ରଯୋଜକ ରମେଶ ତୌରାନିଙ୍କୁ ସଟିଂ ଅଟକାଇବା ଲାଗି କହିବା ସହ ସହ ସଲମାନ ଖାନଙ୍କୁ ତୁରନ୍ତ ତାଙ୍କ ଘର ପାଇଁ ଯିବାକୁ ପଡ଼ିବ ବୋଲି କହିଥିଲେ । ପୁଲିସ ପକ୍ଷରୁ କୁହାଯାଇଥିଲା କି କିଛି ଦୁର୍ବୃତ୍ତ ଷ୍ଟୁଡିଓ ଭିତରକୁ ପଶି ଆସିଛନ୍ତି। ସେମାନେ ହୁଏତ ସଲମାନଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ଏହାପରେ ସଲମାନଙ୍କୁ ଅନ୍ୟ ଏକ ଗାଡ଼ିରେ ୬ ପୁଲିସ କର୍ମଚାରୀଙ୍କ ସହ ଘରକୁ ଫେରିବାକୁ ପଡ଼ିଥିଲା।

publive-image Kannada Prabha

“ଏହା ପ୍ରଥମ ଥର ନୁହଁ, ସଲମାନ ଏବଂ ତାଙ୍କର ପରିବାର ସଦସ୍ୟଙ୍କ ବିରୋଧରେ ଏପରି ଅନେକ ବାର ଧମକ ଆସିଛି। କିନ୍ତୁ ଅଭିନେତା ଜଣଙ୍କ ପ୍ରାୟତଃ ବିନା ସୁରକ୍ଷାରେ ମୁମ୍ବାଇରେ ବୁଲାବୁଲି କରୁଥିବାର ଦେଖାଯାଇଥାନ୍ତି । ଏଣୁ କୌଣସି ଅଘଟଣରୁ ବଞ୍ଚିବା ପାଇଁ ତାଙ୍କର ସୁରକ୍ଷାକୁ ବଢ଼ାଇବା ପାଇଁ ଆମେ ଚିନ୍ତାକରୁଛୁ” ବୋଲି କହିଛନ୍ତି ଜନୈକ ବରିଷ୍ଠ ପୁଲିସ କର୍ମଚାରୀ ।

ଅନ୍ୟ ପକ୍ଷରେ ‘ରେସ-୩’ର ପ୍ରଯୋଜକ ରମେଶ ତୌରାନି ଫିଲ୍ମସିଟି ଷ୍ଟୁଡିଓରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇଛନ୍ତି।