ଭୁବନେଶ୍ବର: ନବେ ଦଶକରେ ଓଲିଉଡରେ ଅଣଓଡ଼ିଆ ନାୟିକା ରଚନା ବେଶ୍ ଚର୍ଚ୍ଚାରେ ଥିଲେ। ରଚନା ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାଗର ଗଙ୍ଗା’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ଭାଇ ହେଲା ଭଗାରି’ ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ହେବା ପରେ ଓଲିଉଡରେ ଷ୍ଟାର୍ ବନିଥିଲେ ରଚନା ବାନାର୍ଜୀ। ଏହାପରଠୁଁ ୨୦୦୨ ଯାଏଁ ନିଃସନ୍ଦେହରେ ରଚନା ଥିଲେ ଓଲିଉଡର ନମ୍ବର ଓ୍ଵାନ୍ ହିରୋଇନ୍। ସେ ଓଡ଼ିଆ ସିନେ ନିର୍ମାତା, ନିର୍ଦ୍ଦେଶକ ଏବଂ ଦର୍ଶକଙ୍କର ଖୁବ୍ ପ୍ରିୟପାତ୍ର ହୋଇଯାଇଥିଲେ। ଏହି ସମୟ ମଧ୍ୟରେ ରଚନା ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟକ ସିଦ୍ଧାନ୍ତଙ୍କ ସହ ସର୍ବାଧିକ ଛବିରେ ନାୟିକା ଭାବେ ନଜର ଆସିଥିଲେ। ମାତ୍ର ଓଡ଼ିଆ ଛବିରେ ଆଉ କେତେକଙ୍କ ସହ ଥରେ ମାତ୍ର ନାୟିକା ହେବାର ସୁଯୋଗ ପାଇଥିଲେ। ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ।
‘ସାଗର ଗଙ୍ଗା’ରେ ରଚନାଙ୍କ ନାୟକ ଥିଲେ ଅନୁପ ଶାହା। ଏହାପରେ ଅନୁପ-ରଚନାଙ୍କ ଯୋଡ଼ିକୁ ଅନ୍ୟ କୌଣସି ସିନେମାରେ ଦେଖିବାକୁ ମିଳିନାହିଁ।
/sambad/media/post_attachments/wp-content/uploads/2022/01/download3-300x159.jpg)
ଠିକ୍ ସେହପରି ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ରୁପା ଗାଁର ସୁନାକନିଆଁ’ରେ ନବାଗତ ସଞ୍ଜୟଙ୍କ ନାୟିକା ସାଜିଥିଲେ ରଚନା। ମାତ୍ର ପରେ ସଞ୍ଜୟ ସିନେଦୁନିଆଁରୁ ଉଭାନ ହୋଇଯାଇଥିଲେ। କହିବାକୁ ଗଲେ ଦ୍ବିତୀୟ ଥର ରଚନା-ସଞ୍ଜୟ ଯୋଡ଼ି ବନିନାହାନ୍ତି।
ସୂରଜ-ରଚନାଓଲିଉଡର ଲୋକପ୍ରିୟ ପ୍ରଯୋଜକ ବସନ୍ତ ନାୟକଙ୍କ ସାନପୁଅ ସୂରଜ କୁମାର ବି ଗୋଟିଏ ଫିଲ୍ମରେ ରଚନାଙ୍କ ସହ ନଜର ଆସିଥିଲେ। ଏଠାରେ ଯେଉଁ ସିନେମାର କଥା କୁହାଯାଉଛି, ତାହା ହେଲା ‘ଯଶୋଦା’। ୧୯୯୬ରେ ମୁକ୍ତିଲାଭ କରିଥିବା ଏହି ପାରିବାରିକ ସିନେମାର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ‘ଯଶୋଦା’ ପରେ ସୂରଜ-ରଚନାଙ୍କ ଯୋଡ଼ିକୁ ଅନ୍ୟ କୌଣସି ସିନେମାରେ ଦେଖିବାକୁ ମିଳିନାହିଁ।
ଏହା ଅବଶ୍ୟ ଭିନ୍ନ କଥା ଯେ, ବଙ୍ଗଳା ଛବି ‘ଖଳନାୟକ’ରେ ଅନୁଭବଙ୍କ ନାୟିକା ବନିଥିଲେ ରଚନା, ଯାହାପରେ ଓଡ଼ିଆରେ ଡବ୍ ହୋଇ ‘ନାୟକ ନୁହେଁ ଖଳନାୟକ’ ଶୀର୍ଷକରେ ରିଲିଜ୍ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/hqdefault.jpg)