ଏଭଳି ଦୁଇ ରୂପରେ ନଜର ଆସିଥିଲେ ରଚନା

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ଥିଲେ ରଚନା ବାନାର୍ଜୀ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ ସାଗର ଗଙ୍ଗା’ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ । ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ ଭାଇ ହେଲା ଭଗାରୀ’ ରେ ସିଦ୍ଧାନ୍ତ ମହାପାତ୍ରଙ୍କ ଅପୋଜିଟ୍‌ରେ ହିରୋଇନ୍‌ ହେବା ପରେ ଓଲିଉଡରେ ଷ୍ଟାର୍‌ ବନିଥିଲେ ରଚନା ବାନାର୍ଜୀ । ଏହାପରେ ସେ ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ ଓ ସୂରଜ କୁମାର ପ୍ରମୁଖଙ୍କ ସହିତ ଅନସ୍କ୍ରିନ୍‌ ରୋମାନ୍ସ କରିଛନ୍ତି । ତେବେ ଆପଣ ଜାଣନ୍ତି କି ରଚନା ଏଭଳି ଏକ ସିନେମାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କୁ ମିଳିଥିଲା ଦ୍ୱୈତ ଭୂମିକା । ଏଥିରେ ତାଙ୍କ ବିପକ୍ଷରେ ମଧ୍ୟ ଥିଲେ ଦୁଇ ଜଣ ନାୟକ ।

ଏଠାରେ ଯେଉଁ ସିନେମା କଥା କୁହାଯାଉଛି, ତାହା ହେଲା ଶିବ ପ୍ରସାଦ ଲେଙ୍କାଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଗଙ୍ଗା ଯମୁନା ’ । ଏଥିରେ ରଚନା ହିଁ ବନିଥିଲେ ଉଭୟ ଗଙ୍ଗା ଏବଂ ଯମୁନା । ଆଉ ଏଥିରୁ ଗୋଟିଏ ଭୂମିକାରେ ରଚନା ସିଦ୍ଧାନ୍ତଙ୍କ ସହିତ ରୋମାନ୍ସ କରିଥିବା ବେଳେ ଆର ଭୂମିକାରେ ତାଙ୍କୁ ମିହିର ଦାସଙ୍କ ସାଥ୍‌ ମିଳିଥିଲା । ସେହି ସିନେମାରେ ଉଭୟେ ସିଦ୍ଧାନ୍ତ ରଚନା ଯୋଡ଼ି ଓ ମିହିର-ରଚନା ଯୋଡ଼ିଙ୍କ ଉପରେ ଗୀତ ପିକ୍ଚରାଇଜ୍‌ ହୋଇଥିଲା ।

କହିବା ବାହୁଲ୍ୟଯେ ‘ଗଙ୍ଗା ଯମୁୁନା ’ ବକ୍ସ ଅଫିସରେ ହିଟ୍‌ ହୋଇଥିଲା ଓ ଉଭୟ ଯୋଡ଼ିକୁ ବି ଦର୍ଶକ ପସନ୍ଦ କରିଥିଲେ । ୧୯୯୭ରେ ରିଲିଜ୍‌ ହୋଇଥିବା ‘ଗଙ୍ଗା ଯମୁୁନା’ରେ ଅନ୍ୟମାନଙ୍କ ମଧ୍ୟରେ ହର ପଟ୍ଟନାୟକ,ଦେବୁ ବୋଷ, ରୁନୁ,ପ୍ରଦ୍ୟୁମ୍ନ ଲେଙ୍କା, ବାଙ୍କୁ ଏବଂ ବ୍ରଜ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

 

ସମ୍ବନ୍ଧିତ ଖବର