ରିୟଲିଟି ସୋ’ ବିଗ୍ବସ୍-୧୪ରେ ଏଥର ରାଧେ ମା’ଙ୍କ ପ୍ରବେଶ ହେବ। ମିଳିଥିବା ସୂଚନା ମୁତାବକ, ବିଗ୍ବସ୍ ନିର୍ମାତା ରାଧେ ମା’ଙ୍କୁ ଏହି ସୋ’ର ଅଂଶବିଶେଷ କରିବାକୁ ଚାହୁଁଛନ୍ତି। ରାଧେ ମା’ ଓରଫ ସୁଖବିନ୍ଦର କୌରଙ୍କୁ ସୋ’ ପାଇଁ ଚୟନ କରାଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସୁଟିଂ ବେଳେ ତାଙ୍କୁ ବିଗ୍ବସ ଘରେ ଚିରାଚରିତ ନାଲି ଚୋଲା ପିନ୍ଧିଥିବା ଦେଖିବାକୁ ମିଳିଛି। ତେଣୁ ସେ ବିଗବସ୍ ଘରକୁ ଯାଇଥିବା ପ୍ରଥମ ସେଲେବ୍ରିଟି। ଏହାବ୍ୟତୀତ ନିଶାନ୍ତ ସିଂହ ମଲଖାନି, ଇଜାଜ ଖାନ୍, ସାରା ଗୁରପାଲ, ରୁବିନା ଦିଲାଇକ୍, ନିକ୍କି ତମ୍ବୋଲି, ଅଭିନବ ଶୁକ୍ଳା, ରାହୁଲା ଓ ଜସ୍ମିନ ଭସିନଙ୍କୁ ଅନ୍ୟ ପ୍ରତିଯୋଗୀ ଭାବେ ଘରକୁ ପ୍ରବେଶ ମିଳିବ।
ବିଗବସ୍ରେ ସାମିଲ୍ ହେବେ ରାଧେ ମା’
/sambad/media/post_attachments/wp-content/uploads/2020/10/radhe-maa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)