ଦିନରେ ଗୃହିଣୀ, ରାତିରେ ଏଜେଣ୍ଟ: ଦେଖିଛନ୍ତି କି ରାଧିକାଙ୍କ ‘ମିସେସ ଅଣ୍ଡରକଭର’ର ଟ୍ରେଲର

ମୁମ୍ବାଇ: ଦମଦାର ତଥା ଭିନ୍ନ ଢଙ୍ଗର ଅଭିନୟ ପାଇଁ ବେଶ ଜଣାଶୁଣା ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ | ବିଭିନ୍ନ ସମୟରେ ରାଧିକା ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଖୁବ ଶୀଘ୍ର ରାଧିକା ଆପ୍ଟେ ଓଟିଟି ପ୍ଲାଟଫର୍ମ ଜ଼ୀ୫ ର ୱେବ୍ ସିରିଜ୍ ‘ମିସେସ ଅଣ୍ଡରକଭର’ରେ ନଜର ଆସିବେ | ଆଜି ରାଧିକାଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ ‘ମିସେସ ଅଣ୍ଡରକଭର’ର ଟ୍ରେଲର ରିଲିଜ ହୋଇଛି | ଏହି ଟ୍ରେଲରକୁ ଦେଖିବା ପରେ ଜଣାପଡୁଛି ଯେ ଏହି ସିରିଜର କାହାଣୀ ଏକ ସିରିଏଲ କିଲର ଉପରେ କେନ୍ଦ୍ରିତ ହୋଇଛି, ଯିଏ ଯୁବତୀମାନଙ୍କୁ ଶିକାର କରୁଛି | ସହରରେ ବଢୁଥିବା ଅପରାଧକୁ ଦେଖି ପୁଲିସ ହତ୍ୟାକାରୀକୁ ଧରିବା ପାଇଁ ଜଣେ ମହିଳା ଅଣ୍ଡରକଭର ଏଜେଣ୍ଟଙ୍କ ସାହାଯ୍ୟ ନେଇଛି |


ରାଧିକା ଆପ୍ଟେ ଏଥିରେ ଏଜେଣ୍ଟ ଭୂମିକାରେ ଅଭିନୟ କରିଥିବାବେଳେ ସମସ୍ୟାଟି ହେଉଛି ଯେ ୧୨ ବର୍ଷ ପୂର୍ବେ, ରାଧିକା ଅଣ୍ଡରକଭର ଏଜେଣ୍ଟ ବୃତ୍ତି ଛାଡ଼ି ଗୃହିଣୀ ହୋଇଯାଇଥିଲେ | ତେବେ ରାଧିକା କିପରି ପୁଣି ଏଜେଣ୍ଟ ହୁଅନ୍ତି ଏବଂ ସେହି ହତ୍ୟାକାରୀକୁ ଧରନ୍ତି, ତାହା ‘ମିସେସ ଅଣ୍ଡରକଭର’ରେ ଦେଖିବାକୁ ମିଳିବ | ତେବେ ଟ୍ରେଲର ରିଲିଜ୍ ହେବା ପରେ ଏହାକୁ ଦର୍ଶକ ଭରପୁର ପସନ୍ଦ କରୁଛନ୍ତି | ‘ମିସେସ ଅଣ୍ଡରକଭର’ର ଟ୍ରେଲର ରୋମାଞ୍ଚକର ହୋଇଥିବାବେଳେ ଏଥିରେ ଆପଣ ଆକ୍ସନ, ଥ୍ରୀଲର, କମେଡି ଏବଂ ଅନେକ ସସପେନ୍ସ ଦେଖିବାକୁ ପାଇବେ | ଏହି ୱେବ୍ ସିରିଜ୍ ୧୪ ଏପ୍ରିଲରେ ମୁକ୍ତିଲାଭ କରିବ | ରାଧିକା ଆପ୍ଟେଙ୍କ ବ୍ୟତୀତ ସୁମିତ ବ୍ୟାସ ଏବଂ ରାଜେଶ ଶର୍ମା ଏହି ୱେବ୍ ସିରିଜର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର