ଯଦି ତୁମେ ସକାଳୁ ଉଠିବା ପରେ ଶାହାରୁଖ୍‌ ଖାନ୍‌ ହୋଇଯିବ,ତେବେ କ’ଣ କରିବ?ପ୍ରଶ୍ନ ଶୁଣିବା ପରେ ଏଭଳି ଉତ୍ତର ରଖିଲେ ରାଧିକା

ମୁମ୍ବାଇ : ଅଧିକ ଫିଲ୍ମରେ ନଜର ନ ଆସିଥିଲେ ମଧ୍ୟ ନିଜର ନିଖୁଣ ଅଭିନୟ ପାଇଁ ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ । ଫିଲ୍ମରେ ଥିବା ତାଙ୍କର ନିଆରା ଅନ୍ଦାଜକୁ ଦର୍ଶକ ପସନ୍ଦ କରିବା ସହ କିଛି ଦିନ ତଳେ ରିଲିଜ ହୋଇଥିବା ଫିଲ୍ମ ‘ଲଷ୍ଟ ଷ୍ଟୋରିଜ’ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ତେବେ ପ୍ରକୃତ କଥା ହେଲା ରାଧିକା ଏବଂ ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କୁ କିଛି ଦିନ ତଳେ ଏକ ଚାଟ୍‌ ସୋ’କୁ ଡ଼କା ଯାଇଥିଲା । ଯେଉଁଠି ରାଧିକାଙ୍କୁ ଏକ ମଜାଦାର ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା ।

India TV

ଯଦି ଗୋଟେ ଦିନ ସେ ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ହୋଇ ଯାଆନ୍ତି ତେବେ କ’ଣ କରିବେ ବୋଲି ତାଙ୍କୁ ପଚରାଯିବା ପରେ ପ୍ରଶ୍ନର ମଜାଦାର ଉତ୍ତର ରଖିଥିଲେ ରାଧିକା । ସେ କହିଥିଲେ, “ମୁଁ ଫିଲ୍ମକୁ ନେଇ ଟିକେ ଅଧିକ ପରୀକ୍ଷା କରିବି । କାରଣ ମୋ ଜାଣିବାରେ ଶାହାରୁଖ୍‌ ଜଣେ ବହୁତ ଭଲ ଅଭିନେତା, ଯିଏକି ନିଜ କ୍ୟାରିୟର ଆରମ୍ଭ ଏଭଳି ଭାବେ କରିଥିଲେ । ପ୍ରତିଟି ଚରିତ୍ରକୁ ନେଇ ସେ ପରୀକ୍ଷା କରିବା ସହ ସଫଳ ହୋଇଥିଲେ । ମୁଁ ମଧ୍ୟ ଜଣେ ଶାହାରୁଖ୍‌ ଖାନ୍‌ ହେଲେ ଏଭଳି କିଛି କରିବି।”

ସମ୍ବନ୍ଧିତ ଖବର