ହଲିଉଡ୍‌ ଓ ବଲିଉଡ୍‌ ମଧ୍ୟରେ ପାର୍ଥକ୍ୟ ପଚରାଯିବା ପରେ ରାଧିକା କହିଲେ; ହଲିଉଡ୍‌ରେ ଠିକ୍‌ ସମୟରେ ଟଙ୍କା ମିଳିଯାଏ, ଭିକ ମାଗିବାକୁ ପଡ଼େ ନାହିଁ

ମୁମ୍ବାଇ: ନିଜ ନିଷ୍ଠା ବଳରେ ବଲିଉଡ୍‌ରେ ନାଁ କମାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ରାଧିକା ଆପ୍‌ତେ । ସେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏବେ ହଲିଉଡ୍‌ରେ ସେ ନିଜର ସ୍ଥାନ ତିଆରି କରିବା ଆରମ୍ଭ କରିଛନ୍ତି । ଏବେ ସେ ହଲିଉଡ୍‌ ଫିଲ୍ମ ଲିବରେଟ୍‌: ଏ କଲ୍‌ ଟୁ ସ୍ପାଏର ସୁଟିଂରେ ବ୍ୟସ୍ତ ଥିବା ବେଳେ ହଲିଉଡ୍‌ ଓ ବଲିଉଡ୍‌ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଜଣାଇଛନ୍ତି ।

IWMBuzz

ହଲିଉଡ୍‌ ଓ ବଲିଉଡ୍‌ରେ କାମ କରିବାର ଶୈଳୀ ଭିନ୍ନ । ହଲିଉଡ୍‌ରେ ସମସ୍ତେ ଠିକ୍‌ ସମୟରେ ପହଞ୍ଚିବା ସହ ଠିକ୍‌ ସମୟରେ କାମ ସାରିଥାନ୍ତି । ହଲିଉଡ୍‌ରେ ଠିକ୍‌ ସମୟରେ ଟଙ୍କା ମିଳି ଯାଇଥାଏ । ସେଠାରେ ଟଙ୍କା ପାଇଁ ଭିକ ମାଗିବାକୁ ପଡ଼େ ନାହିଁ ବୋଲି କହିଛନ୍ତି ରାଧିକା । ତାଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର